ରାଜ୍ୟ

ବଡ଼ବିଲରେ ଡେଙ୍ଗୁ ଦମନ ପାଇଁ ଖଣି କମ୍ପାନୀଙ୍କ କାର୍ଯ୍ୟ ଆରମ୍ଭ

ଯୋଡ଼ା : ଡେଙ୍ଗୁ ଦମନ ପକ୍ରୀୟାରେ ଖଣି କମ୍ପାନୀଙ୍କୁ ନିର୍ଦ୍ଦେଶ ବଡ଼ବିଲ ପୌରକାର୍ଯ୍ୟଳୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସି ଥିବାର ଜାଣିବାକୁ ମିଳେ । ତେବେ ସୂଚନା ଯୋଗ୍ୟ ଗତ କିଛି ବର୍ଷ ତଳେ ଯୋଡ଼ା ବଡ଼ବିଲ ଖଣି ଅଞ୍ଚଳ ଏବଂ ଆଖ ପାଖର ବହୁ ଅଞ୍ଚଳ ଯେଉଁ ଭଳି ଡେଙ୍ଗୁ ଆକ୍ରନ୍ତର ସମ୍ମୁଖୀନ ହୋଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଏକ ଆତଙ୍କ ଭୟ ଖେଳିଥିଲା ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବର୍ଷ ବର୍ଷା ଦିନ ଆସିବା ସମୟକୁ ଲକ୍ଷ୍ୟ ରଖି ଅଞ୍ଚଳର ପ୍ରମୁଖ କେତେକ ଖଣି କମ୍ପାନୀକୁ ଡେଙ୍ଗୁ ନିରାକରଣ ନିମନ୍ତେ ଦାୟିତ୍ଵ ନିର୍ବାହ କାର୍ଯ୍ୟ ପ୍ରଦାନ ହୋଇଥାଏ । ତେବେ ସୂଚନା ପାଇବା ମାତ୍ରେ ଉକ୍ତ ଖଣି କମ୍ପାନୀ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଡ଼ବିଲ ପୌରାଞ୍ଚଳରେ ଥିବା ପନ୍ଦର ଗୋଟି ୱାର୍ଡରେ ଡେଙ୍ଗୁ ନିରାକାର ନିମନ୍ତେ ଅଣ୍ଟା ଭିଡ଼ି ଥିବାର ଜାଣିବାକୁ ମିଳେ । ଖଣି କମ୍ପାନୀ ଗୁଡ଼ିକୁ ଦାୟିତ୍ୱରେ ମିଳିଥିବା ୱାର୍ଡ ଗୁଡିକରେ ମେସିନ ସାହାଯ୍ୟରେ ମଶା ଧୁଆଁ ପ୍ରୟୋଗ କରିବା ସହ ମଶା ତୈଳ ଛିଞ୍ଚନ କରିବା , ଘାସ ବଣକୁ କାଟି ସଫା କରି ଜମା ରହି ଥିବା ଅପରିଷ୍କାର ପାଣିକୁ ମଧ୍ୟ ଉକ୍ତ ସ୍ଥାନ ଖାଲି କରି ୱାର୍ଡ ବାସୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମାରାତ୍ମକ ମଶା ଠାରୁ କିପରି ଦୂରେଇ ରହିବା ପ୍ରତି ସଚେତନ୍ କରିବାରେ ଲାଗି ପଡିଛନ୍ତି l

ଅଞ୍ଚଳର ପ୍ରତିଷ୍ଠିତ ତଥା ଜଣାଶୁଣା ଖଣି କମ୍ପାନୀ ଏସ. ଏନ ମହାନ୍ତି ଗ୍ରୁଫ, ଆର୍ୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ,ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର,ନାର୍ଭେରମ୍ ଷ୍ଟିଲ ଆଣ୍ଡ ପାୱାର , ଜେ ଏସ ଡବ୍ଲୁ ,ଓ ଏମ ସି ବଡବିଲ ପ୍ରଭୁତି ଖଣି କମ୍ପାନୀଙ୍କ ନିଯୋଗ କର୍ମଚାରୀ । ଏପରିକି ମାରାତ୍ମକ ମଶା ଠାରୁ ଦୂରେଇ ରଖିବା ନିମନ୍ତେ କେତକ କମ୍ପାନୀଙ୍କ ଠାରୁ ଉନ୍ନତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହୋଇ ଥାଏ । ତେବେ ଚଳିତ ବର୍ଷ କେତକ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲେ ମଧ୍ୟ କମ୍ପାନୀ ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା ଅଞ୍ଚବାସୀଙ୍କ ମୋନରୁ ଏକ ପ୍ରକାର ଭୟ ନଥିବା ବେଳେ ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ଶେଷ ସୁଦ୍ଧା ଜାରି ରହିବାର ନିର୍ଦ୍ଦେଶ ରହିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ।

Leave a Reply

Your email address will not be published. Required fields are marked *