ମହାନଗର

ସମାଜ ଆଇନା ଅଫିସରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ବର: ସମାଜ ଆଇନା ଜାତୀୟ ଖବର କାଗଜ ଅଫିସରେ ୭୭ତମ ସ୍ୱାଧୀନତା ଦିବସ ବେଶ୍ ଧୁମଧାମରେ ପାଳନd ହୋଇଯାଇଛି। ଏଥିରେ ସମାଜ ଆଇନା , ସମାଜ ଆଇନା ଡିଜିଟାଲ ,ସ୍ପୀଡ଼ ନିୟୁଜ ଓ ସ୍ପୀଡ଼ ନିୟୁଜ ପୋର୍ଟାଲର କର୍ମଚାରୀମାନେ ସାମିଲ ହୋଇଥିଲେ। ସମାଜ ଆଇନା ଓ ସ୍ପୀଡ଼ ନିୟୁଜର ମୁଖ୍ୟ ସମ୍ପାଦକ ତଥା ବରିଷ୍ଟ ସାମ୍ବାଦିକ ମନୋଜ ସେଠ୍ପ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜ ଆଇନା ଗ୍ରୁପ ହେଡ଼ ସୁପ୍ରିୟା ସାହୁ , ମାନବ ସମ୍ବଳ ବିଭାଗର ମୁଖ୍ୟ ବିଚିତ୍ର ମହାପାତ୍ର , ଜିତେନ ରାଉତ ରାୟ,speedy news ର ରାଜ୍ୟ ମୁଖ୍ୟ ପି କେ ଦାସ , ବରିଷ୍ଠ ସାମ୍ବାଦିକ ସାଗର ସ୍ୱାଇଁ ,  ଲିଙ୍ଗରାଜ ଦାସ , ସମାଜସେବୀ ରବି ରାଉତରାୟ, ସୂଚନା ଅଧିକାର କର୍ମୀ ବିଚିତ୍ର ମଲିଆ, ଲକ୍ଷ୍ମୀ ନାରାୟଣ ମିଶ୍ର ଥିଲେ ।ଏହି ଅବସରରେ ‘ସମାଜ ଆଇନା ’ର ସଂପାଦକ ମନୋଜ ସେଠ୍ ଉଦବୋଧନ ଦେଇ କହିଥିଲେ, ସ୍ବାଧୀନ ଭାରତବର୍ଷକୁ ଆଜି ୭୬ ପୁରି ୭୭ ଚାଲିଲା। ସମାଜ ଆଇନା ଓ ସ୍ପୀଡ଼ ନିୟୁଜ ପରିବାର ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜି ସ୍ଵାଧୀନତା ଦିବସ ପାଳିଲା ବେଳେ ମୋ ମନକୁ ଦୁଇଜଣ ମହାପୁରୁଷଙ୍କ କଥା ଆସୁଛି। ଉତ୍କଳମଣି ଗୋପବନ୍ଧୁ ଦାସ ଓ ମହାତ୍ମା ଗାନ୍ଧୀl ପ୍ରଥମ କଥା ହେଲା ଉତ୍କଳମଣି ନିଜ କବିତା ମାଧ୍ୟମରେ ଆମ ପାଇଁ ଯେଉଁ ମାର୍ଗଦର୍ଶିକା ଦେଇଥିଲେ “ଦେଶର ସ୍ଵରାଜ ପଥେ ଯେତେ ଗାଡ଼ , ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼”। ଆଜି ଆମେ ସ୍ବାଧୀନ ହେଇଛେ, କିନ୍ତୁ ସ୍ଵରାଜ ପଥରେ ଗାଡ଼ କମିଛି କି ନାହିଁ ?? ଏ ସମ୍ପର୍କରେ ଆମେ ନିଜକୁ ନିଜେ ପ୍ରଶ୍ନ ପଚାରି ଉତ୍ତର ଖୋଜିବାର ଆବଶ୍ୟକତା ଅଛି। ଅନ୍ୟ କଥାଟି ହେଲା ସ୍ବାଧୀନତା ପରେ ପରେ ମହାତ୍ମା ଗାନ୍ଧୀ ଆମକୁ ଚେତେଇ ଥିଲେ ପ୍ରକୃତ ସ୍ଵାଧୀନତା କଣ ବୋଲି, ’ରାତି ୧୨ ଟାରେ ରାଜରାସ୍ତାରେ ଯଦି ଝିଅଟିଏ ଘରକୁ ନିରାପଦରେ ଫେରିପାରେ ତାହେଲେ ଆମେ ତାକୁ ପ୍ରକୃତ ସ୍ବାଧୀନତା ବୋଲି କହିବା’ । ଆଜିର ଏହି ଶୁଭ ଦିନ ଅବସରରେ ଆସନ୍ତୁ ଶପଥ ନେବା ଦେଶ ର ବିକାଶ ରେ ସାମିଲ ହେବା

Leave a Reply

Your email address will not be published. Required fields are marked *