ରାଜ୍ୟ

ସାମ୍ବାଦିକ ବୈଦ୍ୟନାଥ ପରିଡ଼ା ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସର ଶୋକ

ଜଗତସିଂହପୁର : ଜିଲ୍ଲା କଂଗ୍ରେସ ପକ୍ଷରୁ ବର୍ଷିଆନ ସାମ୍ବାଦିକ ବୈଦ୍ୟନାଥ ପରିଡ଼ା ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
ସ୍ବର୍ଗତ ବୈଦ୍ୟନାଥ ପରିଡ଼ା ଜଣେ ନିର୍ଭିକ ତଥା ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ ରାଜ୍ୟରେ‌ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କର ବିୟୋଗ ସମଗ୍ର ଜିଲ୍ଲାରେ ଅପୁରଣିୟ କ୍ଷତି ହେଇଛି। ତାଙ୍କ ଭଳି ଜଣେ ଅମାୟିକ,ସ୍ନେହି ତଥା ଦରଦୀ ମଣିଷ ଙ୍କ ଦେହାନ୍ତ ଆମ ସମସ୍ତଙ୍କୁ ମର୍ମାହତ କରିଛି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ସଭାପତି ରବିନ୍ଦ୍ର ନାଥ ମହାନ୍ତି, ପୂର୍ବତନ ନଗରପାଳ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, କଂଗ୍ରେସ ସେବା ଦଳ ସଭାପତି ଡାକ୍ତର ଜଗଦାନନ୍ଦ ବେହେରା, ବରିଷ୍ଠ ନେତା ପ୍ରସନ୍ନ କୁମାର ସାମନ୍ତରାୟ, ପୂର୍ଣଚନ୍ଦ୍ର ପରିଡ଼ା, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ କୁମାର ଜେନା, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ସୁଦର୍ଶନ ବେହେରା,ମାନସ ରଥ, ଛାତ୍ର ନେତା କୃଷ୍ଣଚନ୍ଦ୍ର ପ୍ରଧାନ, କୈଳାସ ଦାସ,ନଗର ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ, ପ୍ରଦୀପ୍ତ କୁମାର ସାହୁ,, ପ୍ରମୁଖ ଯୋଗ ଦେଇଥିଲେ ଦିଂବଗତ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *