ରାଜନୀତି

ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନତା ଦିବସ ପାଳନ


ଜଗତସିଂହପୁର : ୭୭ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନଟବର ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ଦିବଂଗତ ସ୍ବାଧୀନତା ସଂଗ୍ରାମୀ ମାନଙ୍କର‌ ସ୍ମୃତି ଚାରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବିନ୍ଦ୍ରନାଥ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ ନେତା ପ୍ରଶନ୍ନ କୁମାର ସାମନ୍ତରାୟ, ପୂର୍ଣଚନ୍ଦ୍ର ପରିଡ଼ା,ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଜେନା, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ସେବାଦଳ ସଭାପତି ଡାକ୍ତର ଜଗଦାନନ୍ଦ ବେହେରା,, ନଗର ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ, କଂଗ୍ରେସ ନେତା ରବି ଦାସ, ପ୍ରଦୀପ୍ତ କୁମାର ସାହୁ,ମାନସ ରଥ,ଇମତାଜ୍ ଖାନ୍,ମାନସ ବେହେରା, ଅବନୀ କାନ୍ତ ମହାରଣା,ଶଙ୍କରେଶ୍ବର ଦାସ,ଶରତ ଚନ୍ଦ୍ର ତ୍ରିପାଠୀ, ସୁକାନ୍ତ ବେହୁରା, ନାରାୟଣ କାନୁନଗୋ, କୈଳାସ ଦାସ, ବାବାଜୀ ଜେନା,ମଣିଚରଣ ଜେନା, ସଂଜିବ ମିଶ୍ର,ସ୍ବାସ୍ତୀ ପ୍ରସାଦ ମିଶ୍ର, ଦେବେନ୍ଦ୍ର ବେହେରା,ଦୀପକ ସାହୁ, ସୁଦର୍ଶନ ବେହେରା, କାର୍ତ୍ତିକ ଚନ୍ଦ୍ର ମଲ୍ଲିକ,ଅଜୟ କୁମାର ମହାପାତ୍ର, ମହେଶ୍ୱର ବିଶ୍ବାଳ, ରବିନ୍ଦ୍ର ସାହୁ, ଫକିର ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବାଧୀନତା ଦିବସ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *