ରାଜ୍ୟ

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ଭାଗିରଥି ସ୍ବାଇଁଙ୍କୁ ସମର୍ଦ୍ଧନା

ଆଜାଦି କା ଅମୃତ ମହୋତ୍ସବ ତଥା ସ୍ବାଧୀନତା ର ୭୬ ବର୍ଷ ପୂର୍ତ୍ତି ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ଭାଗିରଥୀ ସ୍ବାଇଁ ଙ୍କୁ ତାଙ୍କ ବାସଗୃହ ରଘୁନାଥପୁର ବ୍ଲକର ଇଛାପୁର ଗ୍ରାମରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀଙ୍କ ଆଦେଶରେ ଜିଲ୍ଲା ସ°ସ୍କୃତି ଅଧିକାରୀ ଦିଲ୍ଲିପ କୁମାର ଜେନା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ର°ଜନ ପଟ୍ଟନାୟକ ସ୍ବାଧୀନତା ସଂଗ୍ରାମୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ°ଗ୍ରାମୀଙ୍କ ପରିବାର ବର୍ଗ,ଇଛାପୁର ଗ୍ରାମବାସୀ, ସ°ସ୍କୃତି ବିଭାଗ କର୍ମଚାରୀ ନଳିନୀ କାନ୍ତ ସାହୁ,ରାଧା ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *