ମହାନଗର

ସମର କ୍ରାନ୍ତି ସେନା ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ପବିତ୍ର ୭୭ ତମ ସ୍ବାଧନତା ଦିବସ ଉପଲକ୍ଷେ କ୍ରାନ୍ତିକାରୀ ସମାଜକ ଅନୁଷ୍ଠାନ ( ସମର କ୍ରାନ୍ତି ସେନା) ତରଫରୁ ରସୁଲଗଡ ସ୍ଥିତ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସ୍ଵାଧୀନତା ଦିବସ ବରିଷ୍ଠ ସାମ୍ବାଦିକ ତଥା ଭାରତୀୟ ସାମ୍ବାଦିକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏଥିରେ ମହାନ୍ ରାଜନୀତିଜ୍ଞ ତଥା ପୂରବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ପତାକା ଉତ୍ତୋଳନ କରି ଦେଶର ସ୍ଵାଧୀନତା ଆଣିଥିବା ମହାନ ବିପ୍ଳବୀ ଗାଥା ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାୟାର ଶ୍ରୀଯୁକ୍ତ ସୌମିତ୍ର କର ୧୮୫୭ ମସିହାରୁ ୧୯୪୭ ମସିହା ପଯ୍ୟନ୍ତ ଦେଶ ସ୍ୱାଧୀନ ପାଇଁ ଶ୍ରୁତି ଉଜ୍ବିବିତ କରିବା ଦିଗରେ ବିଶ୍ରୁତ୍ ବିବରଣୀ କରିଥିଲେ। ଅନୁଷ୍ଠାନର ସଦସ୍ୟ ଗୋବିନ୍ଦ ପଟ୍ଟନାୟକ, , ଶଙ୍କର ବେହେରା , ଆରତ ବେହେରା, ଲୋକନାଥ ପାତ୍ର, ବାସୁଦେବ ସାହୁଙ୍କୁ ରକ୍ତଦାନ ନିମନ୍ତେ ମୁଖ୍ୟଅତିଥି ସମ୍ମାନୀତ କରିଥିଲେ, ରଥଯାତ୍ରା ସମୟରେ କରାଯାଉଥିବା ସେବା ପାଇଁ ପୁରୀ ପ୍ରଶାସନ ତରଫରୁ ପାଇଥିବା ସମ୍ମାନ ପତ୍ରକୁ ମୁଖ୍ୟ ଅତିଥି ଦ୍ଵାରା ବସୁଦେବ ପରିଡ଼ା ଗ୍ରହଣ କରିଥିଲେ। ହୃଷୀକେଶ ପ୍ରଧାନଙ୍କ ଦ୍ଵାରା ଦେଶାତ୍ମବୋଧକ ଗୀତ ଗାନ କରାଯିବା ସଙ୍ଗେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡ଼ା, ଧନ୍ୟବାଦ୍ ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପସଭାପତି ବିଦ୍ୟାଧର ମହାପାତ୍ର, ଜାନକୀ ବଲ୍ଲଭ ଧଳ, ସୋମନାଥ ବେହେରା, ଅଜିତ ସାହୁ, ଲଳିତ ବେହେରା, ହରେକୃଷ୍ଣ baral, ରିଲ ଦେବାଶିଶ ଦୋରା, ଡି ଆର୍ ମୁର୍ମୁ, ହେମନ୍ତ ସ୍ୱାଇଁ, ସତ୍ୟଜିତ ନାୟକ, ଅନ୍ୟୁଷୟା ପଟ୍ଟନାୟକ, ଚିନ୍ମୟ ନାୟକ, ରମାଚନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ରାଉତ, ମିଲନ କର, ଅନ୍ୟମାନଙ୍କ ମଧ୍ୟରେ ନୂତନ ସଭ୍ୟ ଉପସ୍ଥିତ ରହି କାର୍ଯପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *