ବାଣିଜ୍ୟ

ବଡ଼ବିଲର ୪ ନମ୍ବର ୱାର୍ଡ ଡେଙ୍ଗୁ ନିରାକରଣରେ ରୁଙ୍ଗଟାକୁ ଗୁରୁ ଦାୟିତ୍ବ

ଯୋଡ଼ା : ଖଣି ଅଞ୍ଚଳର ଜଣାଶୁଣା ତଥା ପ୍ରତିଷ୍ଠିତ ଖଣି କମ୍ପାନୀ ରୁଙ୍ଗଟା ଷ୍ଟିଲର କାର୍ଯ୍ୟକଳାପ ଅଞ୍ଚଳ ପାଇଁ ବେସ ଗୁରୁତ୍ବପୁର୍ଣ ସର୍ବଦା ରହିଆସିଛି । ଯୋଡ଼ା ଏବଂ ବଡ଼ବିଲ ଓ ଆଖ ପାଖର ବହୁ ସ୍ଥାନ ଗୁଡିକର ଉନ୍ନତିରେ ଏହି ଖଣି କମ୍ପାନୀ ରୁଙ୍ଗଟା ସର୍ବଦା ଉଦ୍ୟମ କରିଥାଏ । ତେବେ ପୂର୍ବ ବର୍ଷ ପରି ଚଳିତ ବର୍ଷରେ ମଧ୍ୟ ଡେଙ୍ଗୁ/ ମ୍ୟାଲେରିୟା ଲୋପ ପାଇଁ ରୁଙ୍ଗଟା କମ୍ପାନୀକୁ ବଡ଼ବିଲ ପୌରାପାଳିକା ପକ୍ଷରୁ ନିର୍ଦ୍ଦେଶ ଆସିଛି କାର୍ଯ୍ୟ କରିବାକୁ । ତେଣୁ ଏହି ମହତ୍ କାର୍ଯ୍ୟରେ କମ୍ପାନୀ ନିଜକୁ ପୂର୍ବ ପରି ସାମିଲ କରି ବଡ଼ବିଲର ୪ ନମ୍ବର ୱାର୍ଡର ଡେଙ୍ଗୁ ନିରାକରଣ କାର୍ଯ୍ୟ କରିବ ବୋଲି ଜାଣିବାକୁ ମିଳେ । ଯଦି ଅଞ୍ଚଳର କମ୍ପାନୀ ଗୁଡ଼ିକ ଡେଙ୍ଗୁ ବ୍ୟତୀତ ଅନ୍ୟ ସମସ୍ଥ ଦିଗ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିଲେ ଖଣି ଅଞ୍ଚଳ ବାକିଆ ପଡ଼ିଥିବା ସମସ୍ତ ସମସ୍ୟା ଦୂର ହୋଇପାରିବ ବୋଲି ବୁଦ୍ଧି ଜିବି ମହଲରେ ମତ ପ୍ରକାଶ ପାଏ ।

Leave a Reply

Your email address will not be published. Required fields are marked *