ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟରେ ସ୍ୱାଧୀନତା ଦିବସ ପାଳିତ
ଯୋଡା/ବଡ଼ବିଲ: ଦେଶର ୭୭ ତମ ସ୍ୱାଧୀନତା ଦିବସ ବଡ଼ବିଲ ପିଲେଟ୍ ପ୍ଲାଣ୍ଟ, ଟେନସା ଏବଂ କାସିଆ ଆଇରନ୍ ମାଇନ୍ସରେ ବହୁ ଉତ୍ସାହ ଏବଂ ଦେଶପ୍ରେମ ସହିତ ପାଳିତ ହୋଇଯାଇଛି | ସଂପୃକ୍ତ ୟୁନିଟ୍ ମୁଖ୍ୟ , ବରିଷ୍ଠ କାର୍ଯ୍ୟନିର୍ବାହୀ, ସମସ୍ତ କର୍ମଚାରୀ ଏବଂ ସହଯୋଗୀଙ୍କ ଅଂଶଗ୍ରହଣରେ ୟୁନିଟ୍ ଗୁଡିକରେ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହୋଇଥିଲା |
ଏହି ଶୁଭ ଦିନରେ ୟୁନିଟ୍ ମୁଖ୍ୟ, ଶ୍ରୀ ପୁରୁଷୋତ୍ତମ ଏମ ଡି, ଶ୍ରୀ କମଳାକାନ୍ତ ନନ୍ଦ ଏବଂ ଶ୍ରୀ ରଘୁରାଜ ରଘୁବଂଶୀ ଯଥାକ୍ରମେ ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ଆଇରନ୍ ମାଇନ୍ସ ରେ ୟୁନିଟ୍ ସ୍ତରର ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ କରିବା ପରେ ସେମାନେ ଜେଏସପିର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଜୀଙ୍କର ସ୍ୱାଧୀନତା ଦିବସ ଅଭିଭାଷଣ ପଢି ଶୁଣାଇବା ପରେ, କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିଲେ।
ମାନନୀୟ ଅଧ୍ୟକ୍ଷ ତାଙ୍କର ୭୭ ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ସମସ୍ତ ଭାରତୀୟଙ୍କୁ ସୁଖ ଓ ସମୃଦ୍ଧିର ଶୁଭେଚ୍ଛା ଜଣାଇଥିଲେ ଏବଂ ଦେଶକୁ ମୁକ୍ତ କରିବା ପାଇଁ ବିଦେଶୀ ସରକାର ବିରୋଧରେ ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । “ଆମେ ଦେଶ ପାଇଁ ସମସ୍ତେ କାମ କରୁଛେ । ତା ପୂର୍ବରୁ ଆମେ ଆମ କମ୍ପାନୀ ପାଇଁ କାମ କରୁଛେ । କାରଣ ଯାହା ଦେଶ ପାଇଁ ଭଲ ତାହା ମଧ୍ୟ ଆମ କମ୍ପାନୀ ପାଇଁ ଭଲ । ଏଣୁ ଆମ ରାଷ୍ଟ୍ରୀୟ ଧ୍ବଜା ତିରଙ୍ଗା ଠାରୁ ପ୍ରେରଣା ନେଇ ନିଷ୍ଠା ଓ ସଚୋଟତାର ସହିତ ଆମେ ଦାଇତ୍ୱ ସମ୍ପାଦନା କରିବା ଉଚିତ । କମ୍ପାନୀ ପ୍ରତି ଆପଣଙ୍କର ସମର୍ପଣ, ଦେଶପ୍ରତି ସମର୍ପଣ ଅଟେ, କାରଣ ଜେଏସପି ଦେଶ ଗଠନରେ ଲାଗିଛି ।
କମ୍ପାନୀର କଞ୍ଚା ମାଲ ପରିଚାଳନା ମୁଖ୍ୟ ଶ୍ରୀ ଆଶିଷ ପାଣ୍ଡେ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, “ଜେଏସପି ରାଷ୍ଟ୍ର ନିର୍ମାଣ ଏବଂ ବିକାଶ ପାଇଁ ପ୍ରତିବଦ୍ଧ I ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଇସ୍ପାତ ନିର୍ମାଣ ମାଧ୍ୟମରେ କମ୍ପାନୀ ସହଯୋଗ କରି ଆସୁଛି I ଦେଶର ବିଭିନ୍ନ ସ୍ଥାନ ରେ ଜେଏସପିର ଅବସ୍ଥିତ ଖଣି ଓ କାରଖାନା ସବୁ ଆଧୁନିକ ଟେକ୍ନୋଲୋଜିର ପ୍ରତୀକ I”
ସମାବେଶକୁ ସମ୍ବୋଧିତ କରି ଶ୍ରୀ ପୁରୁଷୋତ୍ତମ କହିଥିଲେ, “ଆମ କମ୍ପାନୀକୁ ଦେଶରେ ‘ଗ୍ରେଟ ପ୍ଲେସ ଟୁ ୱାର୍କ’ ମାନ୍ୟତା ମିଳିଛି । ଯାହାକି ଏକ ବିଶେଷ ଉପଲବ୍ଧି । ଆମ ଉତ୍ପାଦନ ଗତ ଆର୍ଥିକ ବର୍ଷରେ ୭୫,୭୦,୫୧୦ ମେଟ୍ରିକ ଟନ ଓ ବିକ୍ରି ୭୩,୨୬,୦୯୬ ମେଟ୍ରିକ ଟନରେ ପହଞ୍ଚିଛି । ଯାହା ଆମର ବ୍ୟବସାୟିକ ସଫଳତାକୁ ଦର୍ଶାଇ ଥାଏ । ଗତ ୯ ଜୁଲାଇ ୨୦୨୩ରେ କମ୍ପାନୀ ଅଧକ୍ଷ ଶ୍ରୀ ନବୀନ ଜିନ୍ଦଲ ଓ ଜେଏସପି ଫାଉଣ୍ଡେସନର ଅଧକ୍ଷ୍ୟା ଶ୍ରୀମତୀ ଶାଲୁ ଜିନ୍ଦଲ ଅତ୍ୟାଧୁନିକ କ୍ରୀଡା ଛାତ୍ରାବାଶ ବଡ଼ବିଲ ଠାରେ ଉଦ୍ଘାଟନ କରିଛନ୍ତି । ଆହୁରି ମଧ୍ୟ କର୍ମଚାରୀ ଓ ପାରିପାର୍ଶ୍ବିକ ଗ୍ରାମବାସୀ ମାନଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଶେବା ଯୋଗାଇ ଦେବା ନିମନ୍ତେ ଏକ ୧୯ ଶଯ୍ୟା ବିଶିଷ୍ଠ ‘ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ’ ନିର୍ମାଣାଧୀନ ଅଛି । ଯାହାକି ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଜେଏସପି ଫାଉଣ୍ଡେସନ ସୁନ୍ଦରଗଡ଼ ଜିଲ୍ଲାରେ ତୃଣମୂଳ ସ୍ତରରୁ ହକି ଖେଳର ଉନ୍ନତି ପାଇଁ ପାଞ୍ଚ ହଜାର ଖେଳାଳିଙ୍କୁ ହକି କୀଟ ଯୋଗାଇ ଦେବା ସହ ସେମାନଙ୍କ ଖେଳର ଉନ୍ନତି ନିମନ୍ତେ ସମସ୍ତ ଆର୍ଥିକ ଓ ଭିତ୍ତିଭୂମି ଯୋଗାଇ ଦେବାଭଳି କାର୍ଯ୍ୟକ୍ରମ ହାତକୁ ନେଇଛି ।
ଶ୍ରୀ ନନ୍ଦ ତାଙ୍କ ଅଭିଭାଷଣରେ କହିଥିଲେ ଯେ, “ସମସ୍ତ ସାମାଜିକ ଓ ବୈଷୟିକ ଅସୁବିଧା ସତ୍ତ୍ବେ ଆମର ଟେନସା ଆଇରନ୍ ମାଇନ୍ ଗତ ଆର୍ଥିକ ବର୍ଷରେ ରେକର୍ଡ ଡେସପାଚ ୩.୦୪ ମିଲିଅନ ଟନ କରିଥିବାବେଳେ ୨.୫ ମିଲିଅନ ଟନ ଉତ୍ପାଦନ କରିପାରିଛି ।”
ଶ୍ରୀ ରଘୁବଂଶୀ କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ସମ୍ବୋଧିତ କରି, କମ୍ପାନୀର କର୍ମଚାରୀମାନଙ୍କୁ ୟୁନିଟର ଉତ୍କୃଷ୍ଟ ପ୍ରଦର୍ଶନ ପ୍ରତି ସହଯୋଗ ଏବଂ ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ ଓ କହିଥିଲେ ଯେ “ଆମର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଆମର ସର୍ବୋଚ୍ଚ ପ୍ରାଥମିକତା । ନିର୍ଧାରିତ ସମୟ ପୂର୍ବରୁ ଆମ କାଶିଆ ଖଣି ୩.୮୪ ମିଲିଅନ ଟନ ଡେସପାଚ କରି ରେକର୍ଡ ପ୍ରତିଷ୍ଠା କରିଛି ।
ଏହି ସ୍ବାଧୀନତା ଦିବଶକୁ ସ୍ମରଣୀୟ କରିବା ପାଇଁ ‘ହର ଘର ତିରଙ୍ଗା’ ଅଭିଯାନ ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟରେ ପାଳନ କରାଯାଇଥିଲା । ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଜାତୀୟତାବାଦୀ ଭାବନା ଏବଂ ଉତ୍ସାହ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱ।ବଧାନାରେ ଅନୁଷ୍ଠିତ ହୋଇଥିଲା ।