ରାଜ୍ୟ

ବରିଷ୍ଠ ବିଜେଡି ନେତାଙ୍କ ପରଲୋକ


ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ତୁଳସୀପୁର ଗ୍ରାମ ର ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ସାହୁ (୭୬) ଙ୍କ ର ଗତକାଲି ରାତି ରେ ନିଜ ତୁଳସୀପୁର ସ୍ଥିତ ବାସଭବନ ରେ ପରଲୋକ ଘଟିଛି। ସ୍ୱର୍ଗତ ସାହୁ ଜଣେ ଲୋକପ୍ରିୟ,ଧର୍ମପରାୟଣ ବ୍ୟକ୍ତି ଥିଲେ। ତୁଳସୀପୁର ସେବା ସମବାୟ ସମିତି ର ସଭାପତି ଭାବେ କାର୍ଯ୍ୟ କରି ପଞ୍ଚାୟତ ର ଚାଷୀ ମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରି ଲୋକ ଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରକାଶ ସାହୁ ଏବେ ପଞ୍ଚାୟତ ର ବିଜେଡି ସଭାପତି ଭାବେ କାର୍ଯ୍ୟ କରୁଥିବାବେଳେ ବୋହୁ ଝରଣା ସାହୁ ପଞ୍ଚାୟତ ର ସମିତିସଭ୍ୟା ଅଛନ୍ତି। ତାଙ୍କ ଦେହାନ୍ତ ଖବର ପାଇ ଦଳୀୟ ନେତା, କର୍ମୀ, ଶୁଭେଛୁ, ବନ୍ଧୁ ବାନ୍ଧବ
ତାଙ୍କ ଘରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ଗ୍ରାମ ଶ୍ମଶାନ ତୁଳସୀବାଟିକା ଠାରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ତାଙ୍କ ସମ୍ମାନାର୍ଥେ ଆଜି ଦିନକ ପାଇଁ ତୁଳସୀପୁର ଗଣେଶ ବଜାର କୁ ଦିନକ ପାଇଁ ବନ୍ଦ ରଖାଯାଇଛି। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ନାୟକ, ବିଜେଡି ନିମାପଡ଼ା ନଗର ସଭାପତି ଜିବନାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ସରପଞ୍ଚ ମଞ୍ଜୁଶ୍ରୀଭୋଇ, ଅରକ୍ଷିତ ଭୋଇ, ଶିକ୍ଷକ ନେତା ତ୍ରିଲୋଚନ କର, ତୁଳସୀପୁର ଗ୍ରାମ କମିଟି ସଭାପତି ବନ ବିହାରୀ ଦାଶ, ଚାରିଛକ ସାମ୍ୱାଦିକ ସଂଘ ସଭାପତି ପ୍ରଫୁଲ୍ଲ କର, ଉପ ସଭାପତି ସନ୍ତୋଷ ଦାଶ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସମ୍ପାଦକ ବସନ୍ତ ଦାସ
ପ୍ରମୁଖ ତାଙ୍କ ଶୋକସନ୍ତପ୍ତ ପରିବାର କୁ ଗଭୀର ସମବେଦନା ଜଣାଇବାସହ ସ୍ୱର୍ଗତ ସାହୁ ଙ୍କ ଅମର ଆତ୍ମା ର ସଦଗତି କାମନା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ
ଚାରିଛକ, ତୁଳସୀପୁର, ନିମାପଡା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *