ଅପରାଧ

ଜେଲ ଫେରାର ଆସାମୀ ଜେଜେ ମାଆକୁ କଲା ହତ୍ୟା

ଜଗତସିଂହପୁର : ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଗଦେଇଗିରି ଗ୍ରାମରେ। ଜେଜେ ମାଆକୁ ହାଣି ହତ୍ୟା କରିଛି ନାତି । ମୃତ ଜେଜେ ମାଆ ହେଉଛନ୍ତି ସଖି ସାହୁ । ଦୁଇ ଜଣ ମଧ୍ୟ ଗୁରୁତର ଆହତ ମଧ୍ୟ ହୋଇଛନ୍ତି l ଆହତ ହେମଳତା ଦାସ ଓ ସସନ୍ଧ୍ୟାରାଣୀ ଦାସ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି । ବିଭତ୍ସ୍ୟକାଣ୍ଡ ଘଟଇଥିବା ଅଭିଯୁକ୍ତ ହେଲେ ଜୀବନଜ୍ୟୋତି ସାହୁ (ସମୀର )ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବାଲିକୁଦା ପୋଲିସ କାବୁ କରିବା ସହ ଥାନାରେ ଅଟକ ରଖିଛି
ସୂଚନା ମୁତାବକ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ (ସମୀର) ପ୍ରେମିକା କୁ ଦୁଷ୍କର୍ମ ଅଭିଯୋଗ ରେ ବାଲିକୁଦା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଳିପିଙ୍ଗଳ ଜେଲ ରେ ତାକୁ ରଖାଯାଇଥିଲା । ଚତୁରତା ସହ ଜୀବନ ଜ୍ୟୋତି ସାହୁ (ସମୀର) ଗତ ବର୍ଷ 2022 ମସିହା ଏପ୍ରିଲ ମାସ ରୁ ଜେଲ ରୁ ଫେରାର ହୋଇ ଯାଇଥିଲା ।
ବୁଧବାର ସକାଳୁ ହଠାତ ଘରକୁ ଆସି ନିଜ ଜେଜେ ମାଆକୁ ଧାରୁଆ ଅସ୍ତ୍ର ରେ ହାଣି ମୁଣ୍ଡ ଅଲଗା କରି ଦେବା ସହ ସମ୍ପୃକ୍ତ ଯୁବତୀଙ୍କର ମାଆ ଖୁଡି ଓ ଅନ୍ୟ ଦୁଇ ଜଣଙ୍କୁ ହାଣି ଗୁରୁତର କରିଛି । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *