ଅପରାଧ

ବାଇକ ଦୁର୍ଘଟଣାରେ ଛାତ୍ରର ମୃତ୍ୟୁ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଗ୍ରାମର ଭିକି ଦଣ୍ଡସେନା(୧୯)ଙ୍କ ଆଜି ମୋଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସୂଚନାରୁ ପ୍ରକାଶ ଭିକି ତାଙ୍କ କିଛି ସାଙ୍ଗ ମାନଙ୍କ ସହ ଝରିଗାଁରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ କାଠବେଡି ନିକଟରେ ଭାରସାମ୍ୟ ହରାଇ ପଡିଯାଇ ଥିଲେ। ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇ ପଡିଥିବା ବେଳେ ଅନ୍ୟ ଦୁଇ ସାଙ୍ଗ ଲିଙ୍ଗ ଓ ଅଭି ସାମାନ୍ୟ ଆହତ ହୋଇଥିଲେ। ଗୁରୁତର ଭିକିଙ୍କୁ ସା ମାନେ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ବସ୍ଥା ସଙ୍କଟାପନ୍ନ ଥିବା ରୁ ଉମରକୋଟ ସ୍ଥାନାନ୍ତର କରିଥିଲେ। ସେଠାରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ପରିବାର ବର୍ଗ ଆମ୍ବୁଲାନ୍ସ ଯୋଗେ ରାୟପୁର ନେଉଥିବା ବେଳେ ଧମତରୀ ଠାରେ ସେ ଶେଷ ନିଶ୍ବାସ ତ୍ବାଗ କରିଥିଲେ। ଏହି ଖବର ଚନ୍ଦାହାଣ୍ଡିରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ଭିକି ଦଣ୍ଡସେନା ଚନ୍ଦାହାଣ୍ଡି ସ୍ଥିତ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ। ସେଜଣେ ସରଳ ଓ ମେଳାପି ଯୁବକ ଥିଲେ। ତାଙ୍କ ବିୟୋଗରେ ବବି ବିଶୋଇ, ଦୁର୍ଯ୍ୟୋଧନ ପୁଜାରୀ, ଚୈତୁରାମ ଦଣ୍ଡସେନା, ଅରୁଣ ହୋତା, ଦ୍ବାରିକାନାଥ ବାଘ, ବିଶିକେଶନ ପାଢୀ, ବିଶ୍ବରଞ୍ଜନ ପଣ୍ଡା, ନଳିନୀ ଦାସ, ହେମନ୍ତ ସିହ୍ନା, ରାଜୁ ଦଣ୍ଡସେନା, ଜଗନ୍ନାଥ ସିହ୍ନା, ନରେଶ ସିହ୍ନା,ଲିଙ୍ଗରାଜ ଚୌହାନ, ରାଜା, ଜିସାନ,ଲିପୁନ, ଚନ୍ଦନ, ପିକୁନ, ପ୍ରମୁଖ ଗଭିର ଶୋକବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ଶବ ସତ୍କାର ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *