ରାଜନୀତି

ବିଜେପି ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା


ନିମାପଡ଼ା :୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ନିମାପଡା ନିର୍ବାଚନ ମଣ୍ଡଳୀରେ ତ୍ରିରଙ୍ଗା ପଦଯାତ୍ରା ନାରୀ ନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଥିଲା ।ଏହି ପଦଯାତ୍ରା ବଳଙ୍ଗା ମେଡିକାଲ ପଡିଆ ରୁ ଆରମ୍ଭ ହୋଇ ନିମାପଡା ଗୋପ ହୋଇ ଚାରିଛକ ପର୍ଯ୍ୟନ୍ତ ହୋଇଥିଲା । ଏହି ପଦଯାତ୍ରା କୁ ନିମାପଡା ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା।ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ଜାତୀୟ ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ରାଜ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ନିମାପଡା ଯୁବନେତା ଦିଲ୍ଲୀପ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ ,ପୂର୍ଣ୍ଣ ଚନ୍ଦ୍ର ଓଝା, ମଣ୍ଡଳ ସଭାପତି ନିରଞ୍ଜନ ନାୟକ, ଜଚିନ୍ଦ୍ର ସ୍ୱାଇଁ, ମାନସ ପ୍ରଧାନ, ରାଜକିଶୋର ନାୟକ, କୃଷ୍ଣଚନ୍ଦ୍ର ସ୍ୱାଇଁ, ସୌଦାମିନୀ ସେନାପତି ,ମୀନାଲତା ମହାନ୍ତି, ଦେବାଶିଷ ଆଚାର୍ଯ୍ୟ ଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା , କର୍ମୀ ଏହି ପଦଯାତ୍ରା ରେ ଯୋଗଦେଇଥିଲେ । ଚାରିଛକ ଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟ ଅର୍ପଣ କରି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଯୁବବର୍ଗ ଙ୍କୁ ଜାତୀୟତାବାଦ ପ୍ରତି ଉଦବୃଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *