ରାଜ୍ୟ

ଟାଟା କମ୍ପାନୀ ଗାଡ଼ି ଖୋଲା ମେଲାରେ ଆଉ ପାର୍କିଙ୍ଗରେ ଠିକା ସଂସ୍ଥାର ଗାଡ଼ି ?

ଯୋଡ଼ା : ଭାରତ ବର୍ଷର ଏକ ପ୍ରତିଷ୍ଠିତ ତଥା ବୃହତ୍ କମ୍ପାନୀ ଟାଟା ଯାହା ଖଣି ଅଞ୍ଚଳ ଯୋଡ଼ା ଠାରେ ବହୁ ଦୀର୍ଘ ବର୍ଷ ଧରି ଖଣି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳେ । ତେବେ କମ୍ପାନୀର ନୀତି ନିୟମ ଓ ଟାଟା ସାହେବଙ୍କ ଉଚ୍ଚ ବିଚାର ତଥା ପାରଦର୍ଶିତା ଖୁବ୍ ଉନ୍ନତ ରହିଥିବା ବେଳେ ଅଞ୍ଚଳରେ ଥିବା କମ୍ପାନୀର ଦାୟିତ୍ବବାନ ଅଧିକାରୀଙ୍କ ନୀତି ନିୟମର କାର୍ଯ୍ୟକଳାପ ଦିନକୁ ଦିନ ଭିନ୍ନ ରୂପ ନେବାରେ ଲାଗିଛି । ତେବେ ଦେଖିବାକୁ ଗଲେ ଟାଟା କମ୍ପାନୀର ଯୋଡ଼ା ସହରରେ ଥିବା ଜେ.ସି.ଓ କାର୍ଯ୍ୟାଳୟରେ ମହାପୁରୁଷ ଜାମସେଦଜି ଟାଟାଙ୍କର ପ୍ରତିମୂର୍ତ୍ତି ରହିଥିବା ବେଳେ ଉକ୍ତ ସମ୍ମୁଖରେ ଥିବା ସଡକପଥର ପାର୍ଶ୍ୱରେ କମ୍ପାନୀର ଏକାଧିକ ପୁରୁଣା ଦାମୀ ଗଡିମାନ ଖୋଲା ଆକାଶ ତଳେ ବର୍ଷ ବର୍ଷ ଧରି ଖରା ବର୍ଷା ଖାଇ ଖତ ହେଉଥିବା ବେଳେ ଟାଟା ସାହେବଙ୍କ ସମ୍ମୁଖରେ ଉକ୍ତ ପୁରୁଣା ଗଡିମାନଙ୍କୁ କମ୍ପାନୀର ଦାୟିତ୍ବବାନ ରଖି ଟାଟା ସାହେବଙ୍କ ପରି ମହାପୁରୁଷଙ୍କୁ ଅପମାନ କରିବାରେ ଲାଗିଛନ୍ତି । କାରଣ ଦେଖିବାକୁ ଗଲେ ଯାହାଙ୍କୁ ସାରା ବିଶ୍ଵ ଜାଣେ ପୁଣି ମହାପୁରୁଷଙ୍କ ନାମରେ ଝାଡଖଣ୍ଡ ରାଜ୍ୟର ଜାମସେଦପୁର ସହର ଟାଟା ସାହେବଙ୍କ ନାମରେ ନାମିତ କିନ୍ତୁ ଯୋଡ଼ା ସହରରେ ଭିନ୍ନ ଏକ ରୂପ । ଏପରିକି ଦେଖିବାକୁ ଗଲେ ଯୋଡ଼ା ସହରରେ ସାଇ ମନ୍ଦିର ନିକଟ କଲେଜ ପାଖରେ କମ୍ପାନୀ କିଛି ଦିନ ତଳେ ନିଜର କର୍ମଚାରୀଙ୍କ ଘର କୌଣସି କାରଣ ହେତୁ ଭାଙ୍ଗି ଏକ ପ୍ରାଚୀରରେ ଆବଦ୍ଧ ସ୍ଥାନ ପ୍ରସ୍ତୁତ କରି ଏକ ଉନ୍ନତ ଫାଟକ ଲଗାଇ ଥିଲା ହେଲେ ଉକ୍ତ ସ୍ଥାନରେ କମ୍ପାନୀକୁ ପ୍ରାୟ ସମୟରେ ଚାରି ଚକିଆ ଯାନ ବାହନ ଯୋଗାଉଥିବା ଏକ ଠିକା ସଂସ୍ଥାର ଦାମୀ ଗାଡ଼ିମାନ ରହୁ ଥିବାର ଦେଖିବାକୁ ମିଳେ । ଯଦି କମ୍ପାନୀ ନିଜର ନିର୍ମିତ ଉକ୍ତ ପାର୍କିଂ ସ୍ଥାନରେ ସେହି ପୁରୁଣା ଗାଡିମାଙ୍କୁ ଟାଟା ସାହେବଙ୍କ ଆଗରୁ କାଢି ପର୍କିଂ ସ୍ଥାନରେ ରଖିଲେ ହୁଏତ ଟାଟା ସାହେବଙ୍କ ସମ୍ମୁଖର ସ୍ଥାନଟି ବେସ ସୌନ୍ଦର୍ଯ୍ୟ ବଢିବା ସହ ଯୋଡ଼ା ଟାଟା କମ୍ପାନୀ ପକ୍ଷରୁ ସମ୍ମାନ ମଧ୍ୟ ଦେବାରେ ବଢିବ । ହେଲେ କମ୍ପାନୀର ଦାୟିତ୍ବବାନ ଅଧିକାରୀ ଠିକାଦାର ପ୍ରୀତି ବେସୀ ରହୁଥିବା ବେଳେ ନିଜର ସେହି ଦାମୀ ପୁରୁଣା ଗାଡ଼ି ପ୍ରତି ଦୃଷ୍ଟି କେବେ ପଡ଼ିବ ।

Leave a Reply

Your email address will not be published. Required fields are marked *