ଯୋଡ଼ା ଡି.ଡି.ସି.ଏ ବିଭାଗରେ ନମୁନା ପରୀକ୍ଷଣ ନିମନ୍ତେ ଅର୍ଥ କାରବାରର ଚାପ ପ୍ରୟୋଗ
ବଡ଼ବିଲ : କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ଉପନିର୍ଦେଶକ ରସାୟନିକ କାର୍ଯ୍ୟାଳୟ ଅବସ୍ଥିତ । ସୂଚନା ଯୋଗ୍ୟ ଯୋଡ଼ା , କୋଇଡା , ମୟୂରଭଞ୍ଜ ତିନି ଗୋଟି ଖଣି ମଣ୍ଡଳରେ ଥିବା ସମସ୍ଥ ଖଣିର ନମୁନାର ମାନ ପରୀକ୍ଷଣ କରିଥାଏ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ବିଭାଗଟି। ତେବେ ପୂର୍ବରୁ ଖଣିଜର ମାନର ପରୀକ୍ଷଣ ମାନୁଆଲ ରହିଥିବା ବେଳେ ମାନ ପରୀକ୍ଷଣରେ ସ୍ୱଚ୍ଛତା ତଥା ସଠିକ୍ ମାପ ଆଣିବା ନିମନ୍ତେ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । ତେଣୁ ରାଜ୍ୟ ସରକାର ଖଣି କମ୍ପାନୀଙ୍କ ଖଣି କାର୍ଯ୍ୟରେ ସରଳତା ଆଣିବା ଉଦ୍ଦେଶ୍ୟ ରଖି କାର୍ଯ୍ୟ ପ୍ରଣାଳିକୁ ସ୍ୱଚ୍ଛତା ଦିଗରେ ବଢ଼ାଇବା ନିମନ୍ତେ ନମୁନାର ସଠିକ୍ ମାପ କାଠି ଆଣିବାକୁ ଯାଇ ଗତ ଜାନୁଆରୀ ମାସ ପରେ ଏକ ଉନ୍ନତ ମାନର ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧର ଅତ୍ୟାଧୁନିକ ରେଣ୍ଡାମାଜେସନ ମେସିନ ଯୋଡ଼ା ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ସ୍ଥାପନ ହୋଇଥିଲା । ହେଲେ ରାଜ୍ୟ ସରକାରଙ୍କ ଖଣି ବିଭାଗର ଏହି ଅତ୍ୟାଧୁନିକ ମୂଲ୍ୟବାନ ମେସିନ ସ୍ଥାପନର ଉଦ୍ୟମକୁ ଯାହା ନମୁନା ପରୀକ୍ଷଣରେ ସ୍ୱଚ୍ଛତାକୁ କୁଳସିତ ଉଦ୍ୟମ ହୁଏ ବୋଲି ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରନ୍ତି ଶ୍ରୀ ସଞ୍ଜୟ ସାହୁ ଉକ୍ତ ବିଭାଗର ଜଣେ ସହକାରୀ ରସାୟନବିତ୍ ଶ୍ରୀ ଦେ ବାବୁଙ୍କ ନାମରେ ଏବଂ ନମୁନା ବିଭାଗ ନାମରେ । ତେବେ ଶ୍ରୀ ସାହୁଙ୍କ ଲିଖିତ ଚିଠିରେ ଦୁଃଖ ପ୍ରକାଶ କରି ଉର୍ଲେଖ କରନ୍ତି ଯେଉଁ ଖଣିଜର ପ୍ରତିନିଧିତ୍ଵ ସେ କରିବାକୁ ଆସି ନମୁନା ପରୀକ୍ଷଣକୁ ନେଇ ବାରମ୍ବାର ତାଙ୍କ ନମୁନାର ପରିମାଣକୁ ଫେଲ କରି ଟଙ୍କା ଦେବାକୁ ଚାପ ପ୍ରୟୋଗ ହୁଏ ନଚେତ ତାଙ୍କ ନମୁନାର ଅମ୍ପ୍ୟାର ପରୀକ୍ଷଣ କରିବାକୁ ଉକ୍ତ ବିଭାଗର ସହକାରୀ ରସାୟନବିତ ଦାୟିତ୍ୱରେ ଥିବା ଶ୍ରୀ ଦେ ବାଧ୍ୟ କରି ଆବେଦନ କରିବାର ବିଷୟକୁ ଦର୍ଶାଇଛନ୍ତି ଶ୍ରୀ ସଞ୍ଜୟ ଇ-ମେଲ୍ ଜରିଆରେ ଏକ ପତ୍ରରେ । ଏପରିକି ଶ୍ରୀ ସାହୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚିଠିରେ ଏହା ମଧ୍ୟ ଦର୍ଶାନ୍ତି ନମୁନା ସ୍ଥାନର ସହଯୋଗରେ ନିର୍ଦ୍ଧିଷ୍ଟ ନମୁନାର ପରିଚୟ ଜାଣିବାର କୌଣସି ସୂତ୍ର ମାଲୁମ୍ ଉର୍ଲେଖ କରି କହନ୍ତି ନହେଲେ କିପରି ଜାଣିବା ସମ୍ଭବ ହୁଏ କେଉଁ ନମୁନା କାହାର ବୋଲି ? ଘଟଣାର ସତ୍ୟାସତ୍ୟ ଜାଣିବାକୁ ଯାଇ ଶ୍ରୀ ଦେ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କୁହନ୍ତି ଉକ୍ତ ବିଷୟ ସବୁ ଭୁଲ ବୋଲି କିନ୍ତୁ ଶ୍ରୀ ଦେଙ୍କୁ ତାଙ୍କର ଶୁଭ ନାମ ଯେତେ ପଚାରି ଥିଲେ ମଧ୍ୟ କହିବାରେ ସହଯୋଗ କରିନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଜାଣିବାକୁ ମିଳେ କି ଉକ୍ତ ସହକାରୀ ରସାୟନବିତଙ୍କ ସମ୍ପୂର୍ଣ୍ଣ ନାମ ଶ୍ରୀ ମାରାଲିଧର ଦେ ବୋଲି । ତେବେ ଏସଂକ୍ରାନ୍ତରେ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଦାୟିତ୍ୱରେ ଥିବା ଶ୍ରୀ ଦାସମାତ ସୋରେନଙ୍କୁ ପ୍ରଥମ ଥର ଫୋନ ଲାଗିଲେ ମଧ୍ୟ ଶ୍ରୀ ସୋରେନ କୁହନ୍ତି ଯେ ଉକ୍ତ ଘଟଣା ବିଷୟରେ ସେ ଅଜ୍ଞ ଥିବା ବେଳେ ବ୍ୟସ୍ତତା ହେତୁ ଫୋନ ତୁରନ୍ତ ରଖିଦେଇ ଥିଲେ କିନ୍ତୁ ପରବର୍ତ୍ତୀ ଅଳ୍ପ ସମୟ ରେ ଯେତେ ଚେଷ୍ଟା କରି ଥିଲେ ମଧ୍ୟ ଶ୍ରୀ ସୋରେନଙ୍କ ଫୋନ ଆଉ ନଲାଗିବାରୁ ଉପର ମହଲାରରେ ଅବସ୍ଥିତ ଖଣି ଉପନିର୍ଦେଶକ କାର୍ଯ୍ୟାଳୟର ଉପନିର୍ଦେଶକ ଶ୍ରୀ ଦିନେଶ ଅଗ୍ରୱାଲାଙ୍କୁ ଫୋନ ଯୋଗେ ପଚାରିବାରୁ କୁହନ୍ତି ହଁ ଏକ ଅଭିଯୋଗ ଇ- ମେଲ୍ ଜରିଆରେ ଆସିଅଛି କିନ୍ତୁ ଅଭିଯୋଗକାରୀଙ୍କ ପରିଚୟ ଜଣା ନାହିଁ । କିନ୍ତୁ ଏଠାରେ ସୂଚନା ଯୋଗ୍ୟ ଶ୍ରୀ ସଞ୍ଜୟ ସାହୁ ନିଜର ଅଭିଯୋଗକୁ ଖଣି ଓ ଭୂତତ୍ଵ ନିର୍ଦ୍ଦେଶାଳୟ ଭୁବନେଶ୍ୱର, ଯୁଗ୍ମ ନିର୍ଦ୍ଦେଶକ ରସାୟନ ବିଶ୍ଳେଷଣ ଭୁବନେଶ୍ୱର,ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଯୋଡ଼ା, ଖଣି ଉପନିର୍ଦେଶକ ଯୋଡ଼ା ଏବଂ ଆଇ. ଟି.ପି.ଏମ.ୟୁ ଭୁବନେଶ୍ୱର କୁ ଇ – ମେଲ୍ ଜରିଆରେ ଲିଖିତରେ ଗତ ୧୬.୦୮.୨୦୨୩ ରେ ଜଣାଇଛନ୍ତି ବୋଲି ଜାଣିବାକୁ ମିଳେ । ତେବେ ଦେଖା ଯାଉ ଶ୍ରୀ ସାହୁଙ୍କ ଉକ୍ତ ଲିଖିତ ଅଭିଯୋଗର ସତ୍ୟତା ଉପରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ରାଜ୍ୟର ଖଣି ବିଭାଗ ଅଧିକାରମାନେ ଗ୍ରହଣ କରିବା ସହ ଉକ୍ତ ବିଭାଗରେ ଖଣିଜ ପଦାର୍ଥର ନମୁନାର ମାନର ମାପରେ କେତେ ଦୂର ସ୍ୱଚ୍ଛତା ଆଣି ରାଜ୍ୟ ସରକାରଙ୍କ ରାଜ କୋଷୋକୁ କେତେ ସୁଦୃଢ଼ କରିବେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଖଣି ବିଭାଗ କଡା ଦୃଷ୍ଟି ଦେବେ ।