ଅପରାଧ

ସାମ୍ବାଦିକଙ୍କୁ ଗୁଳି ମାରି ହତ୍ୟା

ନୂଆଦିଲ୍ଲୀ: କେତେକ ଅଜ୍ଞାତ ଦୁର୍ବୃତ୍ତ ଘରେ ପଶି ଗୁଳି ଚଳାଇବାରୁ ଆଜି ବଡ଼ି ସକାଳେ ବିହାର ରାଜ୍ୟର ଅରରିୟା ଜିଲ୍ଲାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ଗୁଳି ଚୋଟରେ ନିହତ ସାମ୍ବାଦିକ ହେଉଛନ୍ତି ‘ଦୈନିକ ଜାଗରଣ’ରେ କାମ କରୁଥିବା ବିମଳ ଯାଦବ। ରାଣୀଗଞ୍ଜସ୍ଥିତ ବାସଭବନରେ ୪ଜଣ ବ୍ୟକ୍ତି ପ୍ରବେଶ କରି ତାଙ୍କ ଛାତିକୁ ଗୁଳି ମାରିଲେ। ଘଟଣାସ୍ଥଳରେ ହିଁ ଯାଦବଙ୍କର ମୃତ୍ୟୁ ‌ଘଟିଲା।

ପ୍ରାଥମିକ ରିପୋର୍ଟ ଅନୁସାରେ, କେତେକ ଲୋକ ଆସି ସାମ୍ବାଦିକ ଯାଦବଙ୍କ କବାଟ ଠକ ଠକ କରିଥିଲେ। ସେ କବାଟ ଖୋଲି ବାହାରକୁ ଆସିବାରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଅରରିୟା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଶୋକ କୁମାର ସିଂହ କହିଛନ୍ତି, ବିହାରର ଅରରିୟା ଅନ୍ତର୍ଗତ ରାଣୀଗଞ୍ଜ ବଜାର ଅଞ୍ଚଳରେ ସକାଳ ପ୍ରାୟ ୫.୩୦ରେ ‘ଦୈନିକ ଜାଗରଣ’ର ସାମ୍ବାଦିକ ବିମଳଙ୍କୁ ୪ଜଣ ବ୍ୟକ୍ତି ଗୁଳି ମାରି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ‘ଫୋରେନ୍‌ସିକ୍‌ ସାଇନ୍‌ସ୍‌ ଲାବ୍ରଟରି’ ଟିମ୍‌ ଉପସ୍ଥିତ ଅଛି। ବିମଳଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ନିଆଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।

ଘଟଣାସ୍ଥଳରେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଶୋକ କୁମାର ସିଂହ ଓ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି।

ଶବ ବ୍ୟବଚ୍ଛେଦସ୍ଥଳରେ ଲୋକେ ପ୍ରବଳ ହଟ୍ଟଗୋଳ କରୁଥିବା ରିପୋର୍ଟ ହୋଇଛି।

ଆଇନଶୃଙ୍ଖଳା ଲାଗୁ କରିବାରେ ବିଫଳ ହୋଇଥିବା କହି ‘ଲୋକ ଜନଶକ୍ତି ପାର୍ଟି’ର (ରାମ ବିଳାସ) ନେତା ଚିରାଗ ପାସୱାନ୍‌ ଏଥିପାଇଁ ନୀତୀଶଙ୍କ ନେତୃତ୍ବାଧୀ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି

Leave a Reply

Your email address will not be published. Required fields are marked *