ରାଜନୀତି

ନିମାପଡ଼ା ବ୍ଲକ ସମ୍ମୁଖରେ କଂଗ୍ରେସ ର ବିକ୍ଷୋଭ


ନିମାପଡ଼ା : ପ୍ରଦେଶ କଂଗ୍ରେସ କମିଟି ର ଆହ୍ୱାନ କ୍ରମେ ଆଜି ନିମାପଡ଼ା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ପ୍ରଧାନ ଙ୍କ ନେତୃତ୍ୱ ରେ ପୂର୍ବତନ ମନ୍ତ୍ରୀ ଡ଼ଃ ରବୀନ୍ଦ୍ର କୁମାର ସେଠୀ, ପି ସି ସି ଜିଲ୍ଲା ସମ୍ପାଦକ ଲଲାଟେନ୍ଦୁ ଦାସ, ଅଜୟ ମିଶ୍ର, ବାବାଜୀ ଚରଣ ସ୍ଵାଇଁ,ଚକ୍ରଧର ପଣ୍ଡା, ସଞ୍ଜୟ କୁମାର ନାୟକ, ଲକ୍ଷ୍ମୀଧର ବେହେରା, ବିଷ୍ଣୁ ମହାରଣା, କୈଳାସ ସ୍ଵାଇଁ, ଚକ୍ରଧର ପଣ୍ଡା, ସଞ୍ଜୟ କୁମାର ନାୟକ, ଅମିୟ କୁମାର ଦାସ ପ୍ରମୁଖ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଶେଷରେ ଦଳ ପକ୍ଷରୁ ଏକ ଦାବି ପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ବସନ୍ତ କୁମାର ମଲ୍ଲିକ ଙ୍କୁ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *