ମୁଖ୍ୟ ଖବର

୭୫ ରାଜ୍ୟସଭା ସଦସ୍ୟଙ୍କ ନାମରେ ରହିଛି ହତ୍ୟା ଓ ବଳତ୍କାର ମାମଲା

ନୂଆଦିଲ୍ଲୀ, : ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ କୋଟିପତି ଅଟନ୍ତି। ଏହି ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ୨୩୩ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୨୨୫ଜଣଙ୍କର ଆପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମିର ତଥ୍ୟ ବିବରିଣୀ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ୧୧ଜଣ ଏମପିଙ୍କ ମଧ୍ୟରୁ ପାଞ୍ଚ ଜଣ, ତେଲେଙ୍ଗାନାର ସାତଜଣ ଏମପିଙ୍କ ୩ ଜଣ, ମହାରାଷ୍ଟ୍ରର ୧୯ ଜଣ ଏମପିଙ୍କ ମଧ୍ୟରୁ ୧୬ ଜଣ, ଦିଲ୍ଲୀର ତିନିଜଣ ଏମପିଙ୍କ ମଧ୍ୟରୁ ଜଣେ, ପଞ୍ଜାବର ୭ଜଣ ଏମପିଙ୍କ ମଧ୍ୟରୁ ଦୁଇଜଣ, ହରିୟାଣାର ପାଞ୍ଚଜଣ ଏମପିଙ୍କ ମଧ୍ୟରୁ ଜଣେ ଏବଂ ମଧ୍ୟପ୍ରଦେଶର ୧୧ ଜଣ ଏମପିଙ୍କ ମଧ୍ୟରୁ ୨ଜଣ ନିଜ ସମ୍ପତ୍ତିର ମୂଲ୍ୟ ୧୦୦ କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି।

ତେଲେଙ୍ଗାନାର ସାତଜଣ ଏମପିଙ୍କ ମୋଟ ସମ୍ପତ୍ତି ୫,୫୯୬କୋଟି ଟଙ୍କା ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ୧୧ ଜଣ ଏମପିଙ୍କ ସମ୍ପତ୍ତି ୩୮୨୩ କୋଟି। ସେହିପରି ଉତ୍ତରପ୍ରଦେଶର ୩୦ଜଣ ଏମପିଙ୍କ ମୋଟ ସମ୍ପତ୍ତି ୧୯୪୧କୋଟି ଟଙ୍କା ରହିଛି।

୨୨୫ଜଣ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୭୫ଜଣଙ୍କର ବିରୋଧରେ ଅପରାଧିକ ମାମଲା ରହିଛି।
ସେଥିରୁ ପ୍ରାୟ ୪୧ଜଣ ଏମପିଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ଦୁଇଜଣଙ୍କ ବିରୋଧରେ ହତ୍ୟା ମାମଲା (ଆଇପିସିର ଧାରା ୩୦୨) ରୁଜୁ ହୋଇଛି। ରାଜସ୍ଥାନର ରାଜ୍ୟସଭା ଏମପି କେ.ସି ଭେଣୁଗୋପାଳଙ୍କ ବିରୋଧରେ ବଳାତ୍କାର ମାମଲା (ଆଇପିସିର ଧାରା ୩୭୬) ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *