ସାହିତ୍ୟ

####ଅଥର୍ବ ଲଗ୍ନ####

କୃଷ୍ଣ ଚନ୍ଦ୍ର ପଣ୍ଡା
ଏବେ କିନ୍ତୁ ଦିନସବୁ ଅନ୍ଧାର ଅନ୍ଧାର
ରାତିମାନେ ନପୁଂସକ
ରାହୁଗ୍ରସ୍ତ ଆକାଶର ନାଭିମଣ୍ଡଳରୁ
ଝରୁଥାଏ ଅହରହ ଲୋହିତ କାକର
ଆଖିସାମ୍ନାରେ
ଛନ୍ଦାଛନ୍ଦି ହେଇ ଦୋହଲୁଥାନ୍ତି
ମେଞ୍ଚାମେଞ୍ଚା ସ୍ମୃତିର ଓହଳ
ଆରମ୍ଭହୁଏ ପ୍ରବାଳଦ୍ବୀପର ଉପକଥା
ଫିଟିଯାଏ ଅଫିଟା ଫାଟକ
କମ୍ପିଯାଏ ଦ୍ୱାଦଶ ମେଦିନୀ,,,,
ଅକସ୍ମାତ ଖୋଲିଯାଏ
ଇନ୍ଦ୍ରନୀଳଫରୁଆର ସୁବର୍ଣ୍ଣଢାଙ୍କୁଣୀ,,
ନଟେଇର ଗୁଡ଼ି ପରି
ଶୈବାଳ ଶଯ୍ୟାରେ ଭିଜୁଥିବା
ସିନ୍ଥେଟିକ ଦେହଠୁଁ ଆରମ୍ଭ କରି
ଜହ୍ନଆଲୁଅରେ ଚିକଚିକ କରୁଥିବା
ସମଗ୍ରସତ୍ତାରେ ଭୂମିକମ୍ପ ହୁଏ,,,,,
ହେଇ ଛୁଇଁବି / ହେଇ ଛୁଇଁବି ବୋଲି
ଛୁଇଁ ହୁଏନି ତ କେବେହେଲେ
ଦିଶୁଥାଏ ପୂର୍ଣ୍ଣକୁମ୍ଭ ବୈଦୁର୍ଯ୍ୟଭଣ୍ଡାର
ଶୁଭୁଥାଏ ଶରଧାର ରୁଣୁଝୁଣୁ ସ୍ୱର,,,
ସତରେ,କିଛିଭାଙ୍ଗିଯାଏ,ଉଜୁଡେ ବି
ଶୀତଋତୁର ମଧ୍ୟାହ୍ନ ପରି
ହାତମୁଠାରୁ ସ୍ବପ୍ନସବୁ ଖସିଗଲାପରେ
ଦୁଃଖମାନେ ଚଢ଼ୁଥାନ୍ତି ଲୁହରପାହାଚ
ଛେଉଣ୍ଡ ପିଲାଟି ପରି
ଅମାନିଆଲୁହକୁ ବି ପିଇବାକୁ ପଡେ
ଶୁଖିଲାଓଠରେ ଜିଭ ଲଗେଇ ,,,,,
କ୍ଷଣପ୍ରଭା ମୋର,,,,,
ଲବଙ୍ଗଦ୍ବୀପକୁ ଯିବୁ ତ ଯା,,
ପ୍ରେମକୁ ଡ଼ଙ୍ଗାକରି ଭସେଇ ଦେ
ମନା ନାହିଁ,,ଅଙ୍କୁଶ ନାହିଁ ବି,,,,,
ମୁଁ ଏବେ ବାସ୍ତୁହରା
ମତେ ଥଇଥାନ କରି ଦେ ,,,,,,,,,,,,,!!!
( ବଳଭଦ୍ରପୁର,ପାନପଦୀ,,ବନ୍ତ
ଭଦ୍ରକ,,ମୋ,,7077433866)
,,,,,,,,,,,,,,,,,ସମାପ୍ତ ,,,,,,,,,,,,,,,,,,,,,,,,,,,,

Leave a Reply

Your email address will not be published. Required fields are marked *