ରାଜ୍ୟ

ଫାଇବ ଟି ସଚିବଙ୍କ କାକଟପୁର ଓ ନିମାପଡା ଗ୍ରସ୍ତ


ନିମାପଡ଼ା: ଆଜି ଫାଇବ ଟି ସଚିବ ଭି କେ ପାଣ୍ଡିଆନ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ରେ ପୁରୀ ଜିଲ୍ଲା କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ଆୟୋଜିତ ସମାବେଶରେ ଯୋଗଦେଇ ଜନସାଧାରଣ ଙ୍କ ଠାରୁ ବିଭିନ୍ନ ଅଭିଯୋଗପତ୍ର ଗ୍ରହଣ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ
ପାଇଁ ଅନୁଦାନ ଘୋଷଣା କରିଥିଲେ।
କାକଟପୁର ମା ମଙ୍ଗଳା ମନ୍ଦିର ଉନ୍ନତିକରଣ ପାଇଁ ୧୦ କୋଟି ଟଙ୍କା , କୋଣାର୍କର ପାରିପାର୍ଶ୍ବିକ ବିକାଶ ପାଇଁ ୨୧୦ କୋଟି ଟଙ୍କା, ପ୍ରାଚୀ ନଦୀ ର ପୁନରୁଦ୍ଧାର ପାଇଁ ୧୫ କୋଟି ଟଙ୍କା, ଲୋ ଭୋଲ୍ଟେଜ ସମାସ୍ୟା ସୁଧାରିବା ପାଇଁ ୮କୋଟି ଟଙ୍କା , ଅସ୍ତରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ଟଙ୍କା ,କାକଟପୁର ନିର୍ବାଚନମଣ୍ଡଳୀ ରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୩୫ କୋଟି ଟଙ୍କା ର ପ୍ରକଳ୍ପ ଘୋଷଣା କରିଥିଲେ। ଦେବୀ ନଦୀ ଉପରେ ଗୋଟିଏ, କାଦୁଆ ନଦୀ ଉପରେ ଗୋଟିଏ, ପ୍ରାଚୀ ନଦୀ ଉପରେ ଦୁଇଟି ସମୁଦାୟ ୪ ଟି ବିଜୁ ସେତୁ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିବା ସହିତ ବିଭିନ୍ନ ମନ୍ଦିର, ମସଜିଦ ର ନିର୍ମାଣ କାର୍ଯ୍ୟ ପାଇଁ ସରକାର ସାହାଯ୍ୟ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫ ଟି ସଚିବ ନିର୍ଧାରିତ ସମୟଠାରୁ ଏକ ଘଣ୍ଟା ବିଳମ୍ବରେ କାକଟପୁର ଓ ନିମାପଡ଼ା ଠାରେ ପହଞ୍ଚିଥିଲେ । ପ୍ରାୟ ୫୦୦ ରୁ ଉର୍ଦ୍ଧ ବସ ଯୋଗେ ବିଭିନ୍ନ ପଞ୍ଚାୟତ ରୁ ହଜାର ହଜାର ମହିଳା ମାନଙ୍କୁ ସଭାସ୍ଥଳ କୁ ଅଣାଯାଇଥିଲା। ପ୍ରବଳ ଭିଡ଼ ଯୋଗୁଁ କାକଟପୁରରେ ଟ୍ରାଫିକ ବ୍ୟବସ୍ଥା ଘଣ୍ଟା ଘଣ୍ଟା ଧରି ବିପର୍ଯ୍ୟସ୍ଥ ହୋଇପଡିଥିଲା । ଭିଡ ଭିତରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା। କଳାପତାକା ପ୍ରଦର୍ଶନ କରିବା ଆଶଙ୍କାରେ ପୁଲିସ ୨୦ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ।

Leave a Reply

Your email address will not be published. Required fields are marked *