ମୁଖ୍ୟ ଖବର

ପ୍ରହସନ ପାଲଟିଛି ଜନତାଙ୍କ ଜନଶୁଣାଣୀ ?

ଯୋଡ଼ା : ଅଞ୍ଚଳର ଗରିବ ଜନସାଧାରଣଙ୍କ ଜନଶୁଣାଣୀ କୁଆଡେ ଏବେ ଏକ ପ୍ରକାର ପ୍ରହସନ ପାଲଟିଛି ବୋଲି ଖୁବ୍ ଚର୍ଚ୍ଚା ହୁଏ ବିଭିନ୍ନ ମହଲରେ । ଯେଉଁ ଜନଶୁଣାଣୀର ପକୃତ ମାଲିକ ତଥା ହକଦାର ଥିବା ଅଞ୍ଚଳର ଗରିବଙ୍କୁ ଭୁଆଁ ବୁଲାଉଛି ପୁଣି କିଏ ? ଖଣି କମ୍ପାନୀ ନା ଆଉ ପୁଣି କିଏ ? ଏଠି ଟାଟା,ଜିନ୍ଦଲ, ଜେ.ଏସ.ଡବ୍ଲୁ,ରୁଙ୍ଗଟା, ଆର୍ସେଲର ମିତଲ, ପେଙ୍ଗୁଇନ , ଗୀତାରାଣୀ,ଓ.ଏମ.ସି, କାସଭି ଏଣ୍ଟରପ୍ରାଇଜେସ,ଏମ.ଜି.ଏମ, ତ୍ରିବେଣୀ ଆର୍ଥ ମୁଭର୍ଶ ପରି ବହୁ ବଡ଼ କମ୍ପାନୀ ଅଛି ସତ ହେଲେ ଉକ୍ତ କେତେକ କମ୍ପାନୀଙ୍କ ଗରିବଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକ ମଧ୍ୟ କମ୍ପାନୀ ଠାରୁ କେବଳ ବହୁ ବଡ଼। ହେଲେ ବଡ଼ ଆଶ୍ଚର୍ୟ୍ଯର ବିଷୟ କି ଯଦିଓ କମ୍ପାନୀ ଏକାଧିକ ଦିଗରେ ଯଦି କାର୍ଯ୍ୟ କରେ ତେବେ ଅଞ୍ଚଳ ତଥା ଅଞ୍ଚାଳବାସିଙ୍କ ଦୁଃଖ ସମସ୍ୟା ଦୂର ହେବାରେ ଯେପରି ନାମ ଧରୁନି କିଆଁ । କେଉଁ ଠାରେ ରୁହିଛି ତ୍ରୁଟି ଯଦ୍ୱାରା ଦୀର୍ଘ ବର୍ଷର କମ୍ପାନୀ କିନ୍ତୁ ଏଯାଏ କାର୍ଯ୍ୟ ସମ୍ପୂର୍ଣ୍ଣ ପୂରଣ କରିବାରେ ବିଫଳ କାହିଁକି ? ତେବେ କମ୍ପାନୀଙ୍କ ଯେତେ ସବୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ହୋଇ ରହିବ ନା କେବେ ପୂରଣ ହୋଇ ସମାପ୍ତ ହେବ ନାମ ଧରିବ ? ତେବେ ସୂତ୍ରରୁ ପ୍ରକାଶ ଯେ ପ୍ରତ୍ୟେକ ଜନଶୁଣାଣୀରେ ବିଭିନ୍ନ ପ୍ରକାର ଏକାଧିକ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ କମ୍ପାନୀର ବହୁ ବଡ଼ ବଡ଼ ଅଧିକାରୀ ଖୋଦ ଉପସ୍ଥିତିରେ ନିରୀହ ପ୍ରଭାବିତ ଖଣି ବାସୀଙ୍କୁ କଥା ଦେଇଥାନ୍ତି ସମସ୍ତ ଦିଗ ପ୍ରତି କାର୍ଯ୍ୟ କରିବେ ବୋଲି ହେଲେ କେବେ ପୁଣି ସେ କାର୍ଯ୍ୟ ସାରିବା ଦୂର କଥା କେତେକ ଆରମ୍ଭ ମଧ୍ୟ ହୋଇ ପାରେନା ଏଯାଏ । ତଥାପି ପ୍ରତିଶ୍ରୁତି ଦେବାରେ କେତକ ଖଣି କମ୍ପାନୀ ବେସ ମାହିର ବୋଲି ସାଧାରଣରେ ଚର୍ଚ୍ଚା ହୁଏ । ସ୍ଥାୟୀ ନିଯୁକ୍ତି ଦୁର୍ଲଭ ହେବା, ନିକଟରେ ସମସ୍ଥ ସୁବିଧା ଥିବା ଏକ ମେଡ଼ିକାଲ ଅଭାବ , ରାସ୍ତା ଘାଟ ପ୍ରତି ଧ୍ୟାନ ନଦେବା , ପାନୀୟ ଜଳ ଯୋଗାଣରେ ଅବହେଳା ,ଖଣିଜ ପରିବହନରେ ସତର୍କ ଅବଲମ୍ବନ କରି ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରିବା ଅଞ୍ଚଳର ପ୍ରମୁଖ ସମସ୍ୟାକୁ କେତକ କମ୍ପାନୀ ଜନଶୁଣାଣୀରେ ଦେଇଥିବାର ପ୍ରତିଶ୍ରୁତିକୁ କିପରି ପାଳନ କରିବାର ଯୋଜନା ନକରି ଜନଶୁଣାଣୀକୁ କିପରି ସଫଳ କରିବାର ହୁଏ ଅନେକ ସ୍ବାର୍ଥଭରା ଯୋଜନା ଯାହା କେବଳ କମ୍ପାନୀର ହିତରେ । ଏତେ ସବୁ ଘଟଣା ଲୋକଲୋଚନକୁ ଆସିଥିଲେ ମଧ୍ୟ କେଇ କମ୍ପାନୀକୁ ଲଜ୍ୟାର ଫରକ ମଧ୍ୟ ପଡେନା ? ଯାହା ଏବେ ସାର୍ବଜାନିନ ହେବାରେ ଲାଗିଛି କେତେକ କମ୍ପାନୀଙ୍କ ଭିତିରିଆ ବୁଝାମଣାର ଅସଲ ମୁଖାର ଯୋଜନା । ସହରେ ଆଲୋଚଳନ ହୁଏ କେଉଁ ବଳ ପ୍ରୟାଗରେ ହେଉନିତ କେତେ ଜନସୁଣାଣି ଯାହାର ପରିଣାମ ଆଗାମୀ ଦିନରେ ସାଧାରଣଲୋକ କଡା ଜବାବ ଦେବାକୁ ପ୍ରସ୍ତୁତ ହେଲେଣି ତାହାର ମୁକାବିଲା କରିବାର ସାମର୍ଥ୍ୟ ରହିଛିତ ଉକ୍ତ କମ୍ପାନୀ ଠାରେ ? ତେବେ ଖଣି ପ୍ରଭାବିତଙ୍କୁ ତଥା ଅଞ୍ଚଳର ଗରିବଙ୍କୁ ଆଉ ହନ୍ତସନ୍ତ ନକରି ଉକ୍ତ କମ୍ପାନୀ ଲୋକଙ୍କ ସହ ସୁଖ ଦୁଃଖର ସାମିଲ ହୋଇ ଆଗକୁ ବଢି ଅଞ୍ଚଳର ପ୍ରଗତି ସହ ଠିକ ରହିବା ବୋଲି ବୁଦ୍ଧି ଯିବୀ ମହଲରେ ମତ ପ୍ରକାଶ ପାଏ । ଯାହାର ସମସ୍ତ ତଦାରଖର ଦାୟିତ୍ବ ଜିଲ୍ଲା ପ୍ରଶାସନ ନିର୍ବାହ କରିବେ ଗରିବ କିପରି କଷ୍ଟ ଭୋଗିବାରୁ ମୁକ୍ତି ପାଇବ ।

Leave a Reply

Your email address will not be published. Required fields are marked *