ମୁଖ୍ୟ ଖବର

ବୈତରଣୀରେ ଧସିଲା ୨୦୦ ଫୁଟ୍‌ର ବନ୍ଧ, ସନ୍ଦେହ ଘେରରେ ନିର୍ବାହୀ ଯନ୍ତ୍ରୀ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ ବଳରାମପୁର ଠାରେ ୨୦୦ ଫୁଟର ବନ୍ଧ ଧସିଯିବା ପରେ ଅଂଚଳବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲଗାଣ ବର୍ଷକୁ ବୈତରଣୀରେ ବନ୍ୟା ଆସିବା ଫଳରେ ବନ୍ଧରୁ ଅତଡ଼ା ଖସୁଥିବା ଦେଖିବାକୁ ମିଳିଛି। ବନ୍ଧ ମରାମତି କାର୍ଯ୍ୟ ଜଳସମ୍ପଦ ବିଭାଗ ଆରମ୍ଭ କରିଛି। କିନ୍ତୁ ଲଗାଣ ବର୍ଷା ଜାରି ରହିଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାରି ଭିତରେ ବୈତରଣୀର ଉପର ମୁଣ୍ଡରେ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଜଳ ଧସିଥିବା ସ୍ଥାନରେ ପହଁଚିଯାଇଛି। ନଦୀକୂଳ ବସି ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି।ବୈତରଣୀରେ ବନ୍ୟା ଜଳ ଆସିବା ଫଳରେ ଆହୁରି ଅଧିକ ଧସିବାରେ ଲାଗିଛି। ଏଣୁ ମରାମତି କାର୍ଯ୍ୟକୁ ବାଧାପ୍ରାପ୍ତ ହେଉଛି। ବୈତରଣୀ ବନ୍ଧ ପ୍ରାୟ ୧ କିଲୋମିଟର ଫାଟି ଆଁ କରିଛି। ଆଜି ୨୦୦ ମିଟର ଧସିଯିବା ସହ ୧ କିଲୋମିଟର ବନ୍ଧ ଫାଟି ଆଁ କରିଛି। ବିପଦ ସଂକୁଳ ଉପରେ ପ୍ରଭାବିତ ହେଉଛି ବୈତରଣୀ। ୧୭.୮୩ ମିଟର ବିପଦ ସଂକେତ ଥିବାବେଳେ ଦିନ ୧୨ଟା ସୁଦ୍ଧା ୧୭.୯୦ରେ ପ୍ରବାହିତ ହେଉଛି। ଦଶରଥପୁର ବ୍ଲକ ନଦୀକୂଳିଆ ଲୋକେ ଭୟରେ ଅଛନ୍ତି। ଏଠାରେ ସୁଚାଇ ଦିଆଯାଇପାରେ ଯେ ଜଳସମ୍ପଦ ବିଭାଗ ର ଯାଜପୁର ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଶରତ ଘଡେଇ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ରେ ଲିପ୍ତ ରହି ମୋଟା ଅଙ୍କର ପିସି ନେଇ ନିମ୍ନ ମାନର କାର୍ଯ୍ୟ କରୁଛନ୍ତି l ଠିକାଦାର ମାନଙ୍କ ସହିତ ବସି ମଦ୍ୟପାନ କରି ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ସରକାରୀ ରାଜକୋଷରୁ ଲୁଟୁଛନ୍ତି ବୋଲି ଚର୍ଚ୍ଚା ହେଉଛି l ନଦୀବନ୍ଧ ମରାମତି ଓ ରାସ୍ତା ନିର୍ମାଣ ରେ ଲକ୍ଷ୍ୟଧିକ ଟଙ୍କା ପିସି ନେବା ଯୋଗୁ ବୈତରଣୀ ନଦୀବନ୍ଧ ଦୁର୍ବଳ ହୋଇଛି l ଯନ୍ତ୍ରୀ ଘଡ଼ାଇ ନିଜକୁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ଯାଜପୁର ବିଧାୟକଙ୍କ ଖାସ ଲୋକ କହି ଦୁର୍ନୀତି କାର୍ଯ୍ୟ କରି କୋଟି କୋଟି କଳା ଟଙ୍କା ର ମାଲିକ ହୋଇଛନ୍ତି l ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଚିବ ଏଥି ଉପରେ ଧ୍ୟାନ ଦେଇ କଡା କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି

Leave a Reply

Your email address will not be published. Required fields are marked *