ରାଜ୍ୟ

ସରକାରୀ ଚୌକୀରେ ବସି ଖଣି ଲୋକ କାର୍ଯ୍ୟ କରିବା ଉପରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାନୁଷ୍ଠାନ କେବେ ?

ବଡ଼ବିଲ : ଖଣି ଅଞ୍ଚଳର ଏକ ଅଦଦ୍ଭୁତ ଏକ ସରକାରୀ ବିଭାଗ ଯେଉଁ ଠାରେ ବେସରକାରୀ ଖଣି ଲୋକ ସରକାରୀ ବିଭାଗର ଚୌକୀ ରେ ବସି ସରକାରୀ କାର୍ଯ୍ୟ କରିବାରେ ସାମିଲ ରହୁଥିବାର ଖବର ବ୍ୟାପକ ହେବା ସହ ବିଭିନ୍ନ ଖବର କାଗଜରେ ପ୍ରକାଶନ ପରେ ମଧ୍ୟ ବିଭାଗୀୟ ଉଚ୍ଚ କ୍ଷମତାସୀନ ତିନି ଗୋଟି ବିଭାଗର ମୁଖ୍ୟ ଶ୍ରୀ ଜି ରାଜେଶଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ ପଦକ୍ଷେପ କେବେ ନେବେ ବୋଲି ଯାହା ସାଧାରଣରେ ଚର୍ଚ୍ଚା ଜୋର ହେବାରେ ଲାଗିଛି। ତେବେ ସୂଚନା ଯୋଗ୍ୟ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ କାର୍ଯ୍ୟାଳୟଟି ରାଜ୍ୟ ସରକାରଙ୍କର ତିନି ଗୋଟି ଖଣି ମଣ୍ଡଳର ଖଣିଜ ପଦାର୍ଥର ନମୁନା ମାନ ପରୀକ୍ଷଣ ନିମନ୍ତେ ଉଦ୍ଧିଷ୍ଠ । ଖଣିର ବିକାଶ ତଥା ଗରିବ ଖଣି ବାସୀଙ୍କ ପ୍ରଗତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସର୍ବଦା ତତ୍ପର ହେତୁ ସ୍ଥାନୀୟ ବିଭାଗକୁ ପଯ୍ୟାପ୍ତ କର୍ମଚାରୀ , କୋଟି କୋଟି ଟଙ୍କାର ଅତ୍ୟାଧୁନିକ ମେସିନ , ଆବଶ୍ୟକ ଅନୁଯାୟୀ ଶ୍ରମିକ ଦେଇ ଆସୁଥିବା ସତ୍ତ୍ବେ ବର୍ତ୍ତମାନ ନିଯୋଗ ଥିବା ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଶ୍ରୀ ଦାସମାତ ସୋରେନ ଖଣି କମ୍ପାନୀଙ୍କ ଲୋକଙ୍କୁ କେଉଁ କାରଣରୁ ଚୌକୀରେ ବସି ସରକାରୀ କାର୍ଯ୍ୟ କରିବାରେ ପ୍ରଶୟ ଦିଅନ୍ତି ନା ଭିନ୍ନ କୌଣସି ସମ୍ପର୍କ ରହିଥିବ ବୋଲି ବୁଦ୍ଧି ଜିଵୀ ମହଲରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳେ । ତେବେ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଶ୍ରୀ ସୋରେନ ଜାଣି ରଖିବା ଉଚିତ ଯେ କେନ୍ଦୁଝର ଜିଲ୍ଲା ଏକ ଖଣି ବହୁଳ ଅଞ୍ଚଳ ଏଠାକାର ଗରିବ ଖଣି ବାସୀଙ୍କ ରୋଜଗାର କହିବାକୁ ଗଲେ ମୁଖ୍ୟତଃ ଖଣି ଉପରେ ଜୀବିକା ନିର୍ବାହ କରନ୍ତି ଯଦ୍ୱାରା ଖଣି ବାସୀଙ୍କ ପରିବାର ମଧ୍ୟ ବେସ ନିର୍ଭର କରନ୍ତି । ତେଣୁ ଖଣି କମ୍ପାନୀର ଯଦି କୌଣସି ଉଥନ ପତନ ହୁଏ ତାହାର ସିଧା ସଳଖ ପ୍ରଭାବ ଅଞ୍ଚଳ ହଜାର ହଜାର ଗରିବ ଭୋଗିବା ଥୟ। ତେବେ ଅସାଧୁ ଭୁଲି ଯାଓନି ଯେ ଏ ତୁମର କାହାର ପୈତୃକ ସମ୍ପତ୍ତି ନୁହେଁ ଯେ ଯେ କେହି ମନୋ ମାନି କରି ରାଜ୍ୟ ସରକାରଙ୍କ ଆଇନ କବଳରୁ ଲୁଚି ଛପି ବାରେ ସକ୍ଷମ ହେବ। ଏ ସମସ୍ତ ଉପରେ କେବଳ ଖଣି ବାସୀ ଏବଂ ରାଜ୍ୟ ବାସୀଙ୍କର ସମ୍ପତି ଯାହାର ଯେବେ କେହିବି ସଦୂପଯୋଗ କରିବାରେ ଖିଲାପ କରେ ତାକୁ ରାଜ୍ୟ ସରକାର କଣ ଖଣି ବାସୀ ମଧ୍ୟ ବରଦାସ୍ତ କରିବେନି । ଏହା ଜାଣିବା ସତ୍ତ୍ବେ ରାଜଧନୀରେ ଚକ ଚକିଆ ବିଭାଗରେ ବସି ରାଜ୍ୟ ସରକାରଙ୍କ ବେତନଧାରୀ ଅଧିକାରୀ ଶ୍ରୀମାନ ଜି ରାଜେଶ ଉକ୍ତ ଘଟଣାର ନିରାକରଣର ସ୍ୱର ଶବ୍ଦ ନଥିବାରୁ କରୁଛନ୍ତି କଣ ବୋଲି ଅନେକଙ୍କ ମଧ୍ୟରେ ଏକ ଦ୍ଵନ୍ଦ ସୃଷ୍ଟି କରେ । ଦେଖିବାକୁ ଗଲେ ଖଣିଜ ନମୁନାର ମାନ ଉପରେ ରାଜ୍ୟ ସରକାର ଶତକଡା ୧୫ ରାଜସ୍ଵ ଅଂଶ ଦ୍ଵାରା ରାଜ୍ୟର ଅଗଣିତ ଗରିବଙ୍କ ପ୍ରଗତିରେ ସହାୟକ ହୋଇଥାଏ । ଆଉ ଯଦି ବିଭାଗର କୌଣସି ଏକ ଛୋଟ ଭୁଲ କିମ୍ବା ସରକାରୀ ଗୁପ୍ତ ତଥ୍ୟ ପ୍ରସାର ହୁଏ ନଚେତ ନମୁନାର ପରୀକ୍ଷଣର କୌଣସି ସଂକେତ ଯଦି ବ୍ୟାପକ ହୁଏ ତେବେ ରାଜ୍ୟ ସରକାରଙ୍କ ରାଜସ୍ବ କ୍ଷତି କେବଳ ଓଡ଼ିଶା ବାସୀ କେବଳ ଭୋଗିବା ଥୟ। ଏତେ ସବୁ ଜାଣିବା ପରେ ପ୍ରଶ୍ନ ଉଠେ ଯେ ରାଜ୍ୟ ସରକାରଙ୍କ ଯାହାଙ୍କୁ ଦାୟିତ୍ବରେ ବସାନ୍ତୀ ଯଦି ସେ ଯେକେହି ହେଉନା କାହିଁକି ଯଦି ଦାୟିତ୍ବହୀନତା କରେ ତା ପ୍ରତି ରାଜ୍ୟ ସରକାରଙ୍କ ଆଇନ କାର୍ଯ୍ୟ କରିବା ଜାଣିବା ସତ୍ତ୍ବେ ମଧ୍ୟ ନିର୍ଭୀକରେ କାର୍ଯ୍ୟାନୁଷ୍ଠାନ ପ୍ରତି ଆଖି କାନ ପାଟି ବନ୍ଦ କରି ଯେପରି ରାଜଧନୀରେ ପ୍ରମଖ କାର୍ଯ୍ୟାଳୟର ବିରଜମାନ ଯୁଗ୍ମନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର କ୍ୟାମେରା ଯୋଗେ ଯାହା ସ୍ଥାନୀୟ ବିଭାଗର କାର୍ଯ୍ୟକଳାପ ଉପରେ କଡା ଦୃଷ୍ଟି କଣ ଏହା କି ଯେ କେହି ଖଣି କମ୍ପାନୀ ଲୋକ ଆସି ବିଭାଗର କାର୍ଯ୍ୟସମ୍ପାଦନରେ ଖୋଦ କରିବା ତଥା ସାମିଲ ହେବାର ସେପରି କୌଣସି ପ୍ରାବଧାନ ରହିଛିକି ରାଜ୍ୟ ସରକାରଙ୍କ ପକ୍ଷରୁ ? ଦିନ ପରେ ଦିନ ବିତିବାକୁ ଲାଗିଥିଲେ ମଧ୍ୟ ବିଭାଗର ହୁଏତ କେତେ ଯେ କ୍ଷୟ କ୍ଷତି ଘଟି ଥାଇ ପାରେ ଯାହାର କୌଣସି ଆକଳନ କରିବା ଦୂର କଥା ଅସାଧୁଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ମଧ୍ୟ ଶୁନ । ତେବେ ଖଣି ଅଞ୍ଚଳରେ ସାଧାରଣରେ ଅସନ୍ତୋଷର ତୀବ୍ର ବାତାବରଣ ଥିଲେ ମଧ୍ୟ ଗରିବଙ୍କ ଅଗାଡ ବିଶ୍ୱାସ ଭରି ରହିଛି ଯେ ନିଶ୍ଚିତ ଭାବରେ ରାଜ୍ୟ ସରକାର ନିରପକ୍ଷ ରୂପେ ଦୃଷ୍ଟି ଦେଇ ଏକ କଡା ପଦକ୍ଷେପ ତୁରନ୍ତ ଗ୍ରହଣ କରିବେ ସମସ୍ଥ ଅଧାଧୁଙ୍କ ପ୍ରତି ।

Leave a Reply

Your email address will not be published. Required fields are marked *