ରାଜନୀତି

ପାଣ୍ଡିଆନଙ୍କୁ କାଳିମାଡ : ନବୀନଙ୍କ ବିରୁଦ୍ଧରେ ଅସନ୍ତୋଷ ଓ ଘୃଣା


ଭୁବନେଶ୍ୱର : ସତ୍ୟବାଦୀ ରେ ରାଜନୈତିକ କର୍ମୀ ଭାବେ କାର୍ଯ୍ୟରତ ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ; ଗଣତନ୍ତ୍ରର ହତ୍ୟାକାରୀ , ରାଜକୋଷ ର ଅପଵ୍ୟୟକାରୀ ଏବଂ ଓଡିଶା ବାସୀଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରୁଥିବା ନବୀନ ପଟ୍ଟନାୟକ ଏବଂ
ରାଜନୈତିକ କର୍ମୀ ଭାବେ କାର୍ଯ୍ୟରତ ସରକାରୀ ଅଫିସର ଭି. କେ ପାଣ୍ଡିଆନଙ୍କ ଉପରେ ଓଡିଶା ବାସୀ ଙ୍କ ଅସନ୍ତୋଷ ଏବଂ ଘୃଣାର ପ୍ରତିଫଳନ ର ଅୟମାରମ୍ଭ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି
( ଆଇ. ସି. ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହଛନ୍ତି।
ସୂଚନାଧିକାରୀ କର୍ମୀ ଶ୍ରୀ ଭାସ୍କର ସାହୁ ଜଣେ ସ୍ଵାଭିମାନୀ ଓଡ଼ିଆ, ଗଣତନ୍ତ୍ରବାଦୀ ଓ ବୀର ଓଡିଆ
ବୋଲି ଶ୍ରୀ ରାଉତ୍ କହିଛନ୍ତି। ଓଡିଶାର ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ ପାଣ୍ଡିଆନ ଗସ୍ତ କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରିବାକୁ ଶ୍ରୀ ରାଉତ୍ ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *