ରାଜ୍ୟ

ଶ୍ରମିକର ମୁହଁ ବନ୍ଦ କରିବାକୁ ଚାପ ସୃଷ୍ଟି କରୁଛନ୍ତି ମହିଳା କର୍ମଚାରୀ,

ବଡ଼ବିଲ : ନିଜ କ୍ଷମତାର ଅପବ୍ୟବହାରକୁ ସୁଧାରିବା ପରିବର୍ତ୍ତେ ଚାପ ସୃଷ୍ଟି କରୁଛନ୍ତି ମହିଳା କର୍ମଚାରୀ। ତେବେ ଘଟଣା କିଛି ଏପରି ପୂର୍ବରୁ ନିଜର ନାମକୁ ଗୁପ୍ତ ରଖି ବହୁ ଚର୍ଚ୍ଚିତ ଘୋଟାଲା ବିଭାଗର ମହିଳା କର୍ମଚାରୀଙ୍କ ନିର୍ଯାତନା ଅତି ବଢି ମହିଳା ଜଣକ ନିଜର ଘର ବାଡ଼ି କାର୍ଯ୍ୟ ନିମନ୍ତେ ବାଧ୍ୟ କରିଥିଲେ ବିଭାଗର ଜଣେ ଗରିବ ଶ୍ରମିକକୁ,ହେଲେ ଗରିବ ଶ୍ରମିକ ଜଣକ ରୋକ ଠୋକ ମୋନ କରି ଦେଇଥିବାରୁ ମହିଳାଙ୍କ ରାଗ ପ୍ରଚଣ୍ଡ ନିଆଁ ବାଣ ହୋଇ ଘୋଟାଲା ଅଫିସରଙ୍କ ମିଳିତ ସହଯୋଗରେ ଉକ୍ତ ଶ୍ରମିକକୁ ତୁରନ୍ତ କିଛି ଘଟଣାର ସତ୍ୟତା ବୁଝା ସୁଝା ନକରି ଛଟେଇ କରି ବିଦା କରି ଦିଆଯାଇଥିଲା । ହେଲେ ଗରିବର ଯେତେ ବେଳେ କେହି ନଥାନ୍ତି ସେତେ ବେଳେ ତାହାର ଗୋଟିଏ ସାହା ନ୍ୟାୟଳୟ ଏକ ମାତ୍ର ବଳ ଭରଷା। ତେଣୁ ଶ୍ରମିକ ଜନକ ମଧ୍ୟ ନ୍ୟାୟଳୟର ଆଶ୍ରୟ ଯାଇ ନ୍ୟାୟ ପାଇ ଫେରିଲା ବିଭାଗକୁ ପରେ ବିଳମ୍ବ ପରେ ମଧ୍ୟ ନିଯୋଗ କରନ୍ତି ନିର୍ଦ୍ଦେଶନାମା ପାଇଁ ବିଭାଗରେ । କିନ୍ତୁ ଉକ୍ତ ଘଟଣାକୁ ନେଇ ଏକ ତଦନ୍ତ ହେବାର ଖବର ଶୁଣି ମହିଳା କର୍ମଚାରୀ କୁଆଡେ ଛାନୀୟା ଭୟରେ ଶ୍ରମିକକୁ ଏବେ ସମ୍ମୁଖୀନ ହୁଏ ପୁଣି ସେ ପୂର୍ବର ଶୋଷଣ ପ୍ରତି ଯେପରି ମୁହଁ ନଖୋଲିବାକୁ ଚାପ । ତେବେ ବିଚରା ଶ୍ରମିକ ଜଣକ ଏବେ ପୁଣି ନିରାଶୟ କରିବ କଣ ପୁଣି ? ତଥାବି ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ସମ୍ପାଦନା କରିବା ସହ ସଭିଙ୍କୁ ସମ୍ମାନ ଦେଇ ଆପଣାର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶ୍ରମିକ ଜଣକୁ ଚାପ ଖତମ ହେବାର ନାମ ଧରୁନୀ। ତେବେ ଦେଖା ଯାଉ କଣ କରାଯାଇ ପାରେ ନିମନ୍ତେ ସମ୍ପୂର୍ଣ୍ଣ ସହର ବାସୀ ସଜାଗ ରହିଛନ୍ତି ସହଯୋଗ କରିବାକୁ ଶ୍ରମିକ ଭାଇ ପାଇଁ ।

Leave a Reply

Your email address will not be published. Required fields are marked *