ଦେଶ- ବିଦେଶ

ପୁଣି କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ନୂଆଦିଲ୍ଲୀ, : ଲୋକପ୍ରିୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟୁଇଟର ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ଏହି ଅଷ୍ଟମ ରାଉଣ୍ଡ ଛଟେଇର ପ୍ରଭାବ ଅନେକ ଇଞ୍ଜିନିୟରିଂ ଟିମ୍‌ ଉପରେ ପଡ଼ିଛି। ଏଥିରେ ବିଜ୍ଞାପନ ପ୍ରଯୁକ୍ତିବିଦ୍ୟା, ଟୁଇଟର ଆପ୍‌, ଟୁଇଟର ସିଷ୍ଟମ ଆଦି ଚଳାଉଥିବା କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ତେବେ କର୍ମଚାରୀଙ୍କ ଏହି ଛଟେଇ ନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ଟୁଇଟରର ନୂଆ ମାଲିକ ଭାବେ ଏଲନ୍‌ ମସ୍କ ଯୋଗଦେବା ପରଠାରୁ ଲଗାତର ଭାବେ କମ୍ପାନୀ ପକ୍ଷରୁ ଛଟେଇ କରାଯାଉଛି। ଗତ ବର୍ଷ ନଭେମ୍ବରରେ କମ୍ପାନୀ ୩୭୦୦ କର୍ମଚାରୀଙ୍କୁ ବାହାର କରିଥିଲା। ନିକଟରେ କମ୍ପାନୀ ଭାରତରେ ୨ କାର୍ଯ୍ୟାଳୟକୁ ବନ୍ଦ କରିଥିଲା।

Leave a Reply

Your email address will not be published. Required fields are marked *