ଦେଶ- ବିଦେଶ

ଖାଇ ଭିତରକୁ ଖସିପଡିଲା ବସ, ୭ ଜଣଙ୍କର ମୃତ୍ୟୁ

ଡେରାଡୁନ: ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି | ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଘାଟି ତଳକୁ ବସ ଖସିପଡିଛି | ମିଳିଥିବା ସୂଚନା ମୁତାବକ ଏହି ବସ୍‌ରେ ୩୩ଜଣ ତୀର୍ଥଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି | ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା୧୫ ସମୟରେ ଗୁଜୁରାଟର ୩୩ଜଣ ତୀର୍ଥଯାତ୍ରୀଙ୍କୁ ନେଇ ତ୍ରିମୂର୍ତ୍ତି ଟ୍ରାଭେଲ୍ସ ନାମକ ବସ୍ ଗଙ୍ଗୋତ୍ରୀରୁ ଉତ୍ତରକାଶୀ ଆଡକୁ ଯାଉଥିଲା |ତେବେ ଗଙ୍ଗନାନି ନିକଟରେ ବସଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସିପଡିଥିଲା | ତେବେ ବସଟି ପାହାଡ଼ରେ ଥିବା ଏକ ସମତଳ ଭୂମିରେ ଅଟକି ଯାଇଥିଲା | ଅନ୍ୟଥା ବସଟି ଘାଟି ତଳେ ବୋହୁଥିବା ଭାଗିରଥୀ ନଦୀରେ ପଡିଥାନ୍ତା | ଯାହାଦ୍ୱାରା ମୃତକଙ୍କ ସଂଖ୍ୟା ଆହୁରି ବଢ଼ିଯାଇଥାନ୍ତା | ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖପ୍ରକାଶ କରିବା ସହ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *