ମହାନଗର

ରାଜୀବ ଉତ୍ସବ,-୨୦୨୩ ପାଳିତ


ଭୁବେନେଶ୍ବରର : ଲୋହିଆ ଏକାଡେମୀ ଠାରେ ବିଶିଷ୍ଟ ରାଜନୀତିଜ୍ଞ ଡକ୍ଟର ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷତା ରେ ରାଜୀବ ଉତ୍ସବ- ୨୦୨୩ ପାଳିତ। ଭାରତରତ୍ନ ,ପୁର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୯ତମ ଜନ୍ମ ଜୟନ୍ତୀ ରାଜୀବ ସେନା ତରଫରୁ ପାଳିତ ହୋଇଯାଇଛି। ପୁର୍ବତନ ଅର୍ଥମନ୍ତ୍ରୀ, ଓଡ଼ିଶା ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ କହିଥିଲେ। ଓ ପୁର୍ବତନ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ଗଣେଶ୍ୱର ବେହେରା କହିବା ଛଳରେ ଭାରତରେ ପ୍ରଯୁ୍ତିବିଦ୍ୟା ଆରମ୍ଭ କରାଇବାରେ ରାଜୀବ ଗାନ୍ଧୀଙ୍କ ପ୍ରମୁଖ ଭୂମିକା ଥିଲେ। ବିଶିଷ୍ଟ ସାମ୍ବାଦିକ, ସମୀକ୍ଷକ ଓଡ଼ିଶାର ଜନମାନସରେ ଆନ୍ଦୋଳିତ ବ୍ୟକ୍ତବ ପ୍ରଦାନକାରୀ ପରିଚିତ ଥିବା ଶ୍ରୀଯୁକ୍ତ ରବି ଦାସ ରାଜୀବ ଗାନ୍ଧୀଙ୍କ କଂଗ୍ରେସ ଦଳର ଭୂମିକା ଉପରେ ପ୍ରତିପାଦନ କରିଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସମାଜ ସେବୀ, ଲେଖିକା , ନୃତ୍ୟଗୁରୁ, ଛାତ୍ର ଛାତ୍ରୀ, ରାଜନୀତିଜ୍ଞ ଓ ସାହିତ୍ୟିକମାନଙ୍କୁରାଜୀବ ସ୍ମୃତି ସମ୍ମାନରେ ସମ୍ମାନୀତ୍ କରିବା ସହିତ ସମାଜ ସେବା ପାଇଁ ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡ଼ା ଙ୍କୁ ଉପଢଙ୍କନ, ମାନପତ୍ର, ଫଳକ ପ୍ରଦାନ କରି ସମ୍ବୋଧିତ କରାଯାଇଥିଲା। ସର୍ବଶେଷରେ ରାଜିବ ସେନାର ସକ୍ରୀୟ ସଦସ୍ୟ ଶ୍ରୀଯୁକ୍ତ ସୋମିତ୍ର କର ଧନ୍ୟବାଦ୍ ଦେଇଥିଲା l

Leave a Reply

Your email address will not be published. Required fields are marked *