ରାଜ୍ୟ

ସ୍ଥାନୀୟ ଘୋଟାଲା ବିଭାଗକୁ ଭତ୍ତା ଅଫିସର ଆସିବେ କିପରି ? ଅପେକ୍ଷାରେ ଯୁବକ ସଂଘ

ଯୋଡ଼ା : ସ୍ଥାନୀୟ ଘୋଟାଲା ବିଭାଗର ସମସ୍ତ ଘଟଣାବଳୀ ଏବେ ଦିନକୁ ଦିନ ଜନ ଚେତନା ବଢିବାରେ ଲାଗିଛି। ଘଟଣା ଏବେ କାହାକୁ ଅଛପା ହୋଇ ରହିନାହିଁ । ଯାହାର ମୁହଁରୁ ଶୁଣିବ ଗୋଟିଏ କଥା ଘୋଟାଲା ବିଭାଗର କାରନାମା ଏବେ ସ୍ଥାନୀୟ ବିଭାଗରୁ ଆରମ୍ଭ କରି ରାଜଧାନୀ ଯାଏ ଲମ୍ବିଛି ଚେର । ତେବେ ଘଟଣା କିଛି ଏପରି ବିଭାଗୀୟ ଜଣେ ଅଧିକାରୀ ରାଜଧାନୀ ଅଫିସରେ ବସି ଘୋଟାଲାର ହେଡ ମାଷ୍ଟର ବନି ସ୍ଥାନୀୟ ଅଫିସକୁ ପ୍ରାୟ ପ୍ରତ୍ୟେକ ମାସରେ ଅଝଥା କୌଣସି କାରଣ ଦର୍ଶାଇ ଏଠାକୁ ଆସିବା ହୋଇ ଏକ ସର୍ବବୃହତ୍ତମ ସଂସ୍ଥାରେ ଅତିଥି ଗୃହର ୪/୫ ଦିନ ବିଳାସରେ ରହି ଘୋଟାଲାର ଏକ ବଡ଼ ଅଂଶ ଧରି ପୁଣି ରାଜଧାନୀ ଫେରିବା ବେସ ଭଲରେ ଚଳାଇ ଆସୁଥିଲେ । ହେଲେ ଉକ୍ତ ଖବର ପ୍ରଘଟ ହେବା ଦ୍ବାରା ଗତ ତିନି ମାସ ଧରି ମାସିକିଆ ଭତ୍ତା ଅଫିସର ସ୍ଥାନୀୟ ବିଭାଗକୁ ଆସିବା ହୋଇନି ଯେ ଭତ୍ତା ଅଫିସର ଖୁବ ଛଟ ପଟ ହେଉଥିବାର ଖବର ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ମିଳେ। ତେଣୁ ପୁଣି ଏକ ମସ୍ତ ବଡ଼ ଯୋଜନା କରନ୍ତି ଭତ୍ତା ଅଫିସର ଯେ କୌଣସି ଯେଣେ ତେଣେ ବାହାନା ବାଜି କରି ରାଜଧାନୀର ପ୍ରମୁଖ ଉଚ୍ଚ କ୍ଷମତାସୀନ ଅଫିସରଙ୍କୁ ଭକୁଆ ବନେଇ ଆସିବାର ଯୋଜନା ହେଉଥିବାର ଘଟଣାଟି ମଧ୍ୟ ପୁଣି ପ୍ରଘଟ ହୋଇଯାଏ ।ଏପରିକି ନିଜର ଅସାଧୁ ଯୋଜନାକୁ ସାକାର କରିବାକୁ ଯାଇ ଅଚାନକ ଏଠାକୁ ଆସି ପୂର୍ବପରି ୪/୫ ଦିନ ବିଳାସପୂର୍ଣ୍ଣକୁ ଭୁଲି ଗୋଟିଏ ଦିନରେ ନିଜର ଅଫିସର ପଣିଆର ମାନ ରଖି ନିଜର ଭତ୍ତା ଭାଗକୁ ନଭୁଲି ଧରି କରି ରାଜଧାନୀ ତୁରନ୍ତ ରାତାରାତି ଫେରିଯିବାର ଯୋଜନା ହେଉଥିବାର ସ୍ଥାନୀୟ ଅଞ୍ଚଳର ଉଚ୍ଚ ଅଧିକାରୀ ସବୁ ବଖାଣି ଦିଅନ୍ତି । ତେବେ ଏ ସମସ୍ତ ଘଟଣା ଜାଣିବାରୁ ଘୋଟାଲା ବିଭାଗର ଖୁବ ନିକଟବର୍ତ୍ତୀ ସ୍ଥାନର ଏକ ପ୍ରମୁଖ ଯୁବକ ସଂଘ ଚଳିତ ସପ୍ତାହର ତତ୍କାଳୀନ ଏକ ବୈଠକର ଆୟୋଜନରେ ଘଟଣାର ପୁଙ୍ଖ।ନୁପୁଙ୍ଖ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ଉକ୍ତ ମାସିକିଆ ଭତ୍ତା ଅଫିସରଙ୍କୁ ପାନେ ଦେବାକୁ ଯାଇ ହଠାତ୍ ଭତ୍ତା ଅଫିସରଙ୍କ ଆସିବା ବାଟକୁ ଚାହିଁ କୌଣସି ସ୍ଥାନରେ ଭେଟ କରିବାର ଯୋଜନା କରିଥିବାର ସୂଚନା ପ୍ରଦାନ କରନ୍ତି ସଂଘର ମୁଖ୍ୟ । ତେବେ ଦେଖାଯାଉ କେଉଁ ଦିନ ଅଚାନକ ରାଜଧାନୀର ମାସିକିଆ ଭତ୍ତା ଅଫିସର ଗୋଟିଏ ଦିନ ପାଇଁ ହେଲେ ମଧ୍ୟ ଘୋଟାଲା ବିଭାଗକୁ ଆସି ନିଜର ତିନି ମାସର ବାକିଆ ଭତ୍ତାକୁ ଧରି ନେବାର ସମସ୍ତ ଗତିବିଧିକୁ ଯୁବକ ସଂଘର ସମସ୍ଥ କର୍ମକର୍ତ୍ତାଙ୍କ କଡା ନଜରେ ….

Leave a Reply

Your email address will not be published. Required fields are marked *