ରାଜନୀତି

ଆମ ଓଡ଼ିଶା : ଯମରାଜ ଓ ଯମଦୂତଙ୍କ ଓଡିଶା


ଭୁବନେଶ୍ୱର : ଦୀର୍ଘ ୨୩ ବର୍ଷ ହେବ ଓଡ଼ିଶାରେ ଯମରାଜ ଓ ଯମଦୂତଙ୍କ ଶାସନ ଚାଲିଛି ଏବଂ ଆମ ଓଡ଼ିଶା ଯମରାଜ ଓ ଯମଦୂତଙ୍କ ଓଡ଼ିଶାରେ ପରିଣତ ହୋଇଛି ବୋଲି ଇଣ୍ଡିଆନ୍
ସିଟିଜେନସ୍ ପାର୍ଟି ( ଆଇ. ସି. ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ଯମରାଜ ଓ ଯମଦୂତ ପ୍ରତିଦିନ ଓଡ଼ିଶାର ଶହ ଶହ ଲୋକଙ୍କୁ ମରଣ ମୁହଁକୁ ନେଇ ଯାଉଛନ୍ତି। ପ୍ରତିଦିନ ଦୁର୍ଘଟଣା ରେ , ସାପଚୋଟ ମାରିବାରେ, କୁମ୍ଭୀର ଟାଣି ଖାଇବାରେ,ହାତୀ ଶୁଣ୍ଢରେ କଚାଡି ମାରିବାରେ, ଘଡଘଡି ବିଜୁଳିରେ, ହାର୍ଟ ଆଟାକରେ, ଜନନୀ ଯନ୍ତ୍ରଣାରେ, ଘରୋଇ ହିଂସାରେ, ବନ୍ଧୁକ ଗୁଳିରେ, ଖଣ୍ଡା ଚୋଟରେ ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଥିବାର ହୃଦୟ ବିଦାରକ ଦୃଶ୍ୟ ଓଡ଼ିଶାବାସୀ ଦେଖୁଛନ୍ତି। ଏହି ସବୁ ମୃତ୍ୟୁ ପାଇଁ ଯମରାଜ ଓ ଯମଦୂତ ଦାୟୀ ବୋଲି ଶ୍ରୀ ରାଉତ୍ କହିଛନ୍ତି। ଓଡିଶାବାସୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ କୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାରେ ଗଣତାନ୍ତ୍ରିକ ସୁଶାସନ ଫେରେଇ ଆଣିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶା ବାସୀ ଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଶୃଙ୍ଖଳା ପାଇଁ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ଦାୟୀ ବୋଲି ଶ୍ରୀ ରାଉତ୍ କହିଛନ୍ତି।

Leave a Reply

Your email address will not be published. Required fields are marked *