ରାଜ୍ୟ

ନିଶାମୁକ୍ତ ପାଇଁ ଓସ୍ତପୁର ଗ୍ରାମରେ ଗ୍ରାମସଭା


ନିମାପଡା: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଇଗୁଆଁ ଗ୍ରାମ ପଞ୍ଚାୟତ ଓସ୍ତପୁର ଗ୍ରାମରେ ନିଶାମୁକ୍ତି ନେଇ ନିକୁଞ୍ଜ ବିହାରୀ ସେନାପତିଙ୍କ ଆବାହକତ୍ୱରେ ଗ୍ରାମର ଆରାଧ୍ୟ ଦେବତା ସ୍ଵପ୍ନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମରେ ଚାଲିଥିବା ଅବାଧ ନିଶା କାରବାରରେ ସମସ୍ତ ଗ୍ରାମବାସୀ ଚିନ୍ତାବ୍ୟକ୍ତ କରି ସେଥିରୁ ମୁକ୍ତି ପାଇଁ ଅନେକ ଆଲୋଚନା କରିଥିଲେ।ନିଶା ବ୍ୟବସାୟ ରେ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ମନ୍ଦିର ପ୍ରାଙ୍ଗଣକୁ ଡକାଯାଇ ସମସ୍ତେ ଏଥିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।ଏଥିରେ ରାଜି ହୋଇ ଗାଁ କୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରି ସୁନ୍ଦର ଭାବେ ଗଢିବା ତୋଳିବା ପଇଁ ପ୍ରଭୁ ସ୍ଵପ୍ନେଶ୍ଵରଙ୍କ ପାଖରେ ଶପଥ ପାଠ କରାଯାଇ ଲିଖିତ ପ୍ରତିଶ୍ରୁତି ନିଆଯାଇଥିଲା।ଏହା ବ୍ୟତୀତ ନିଶା ଖାଇ ଗାଁରେ ଅଶାନ୍ତି କରିବା ବ୍ୟକ୍ତିକୁ ଉପଯୁକ୍ତ ଦଣ୍ଡ ବିଧାନ ସହିତ ଜୋରିମାନା ଦେବାର ବ୍ୟବସ୍ଥା କରାଯାଇଛି। ଏହି ଗ୍ରାମସଭା ରେ ଅନ୍ୟମାନଙ୍କ ମଧ୍ୟରେ ଜୟକୃଷ୍ଣ ସେନାପତି, ଅଜୟ ସେନାପତି ,ପ୍ରଭାତ ସେନାପତି, ତ୍ରିଲୋଚନ ସେନାପତି ,ପ୍ରଦ୍ୟୁମ୍ନ ସେନାପତି ,ଦିପ୍ତିରଞ୍ଜନ ସେନାପତି ଓ ପର୍ଶୁରାମ ସେନାପତିଙ୍କ ସମେତ ଗ୍ରାମର ସମସ୍ତ ପରିବାର ର ମୂରବୀ, ଯୁବକ ସଂଘ ସଭ୍ୟ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *