ରାଜ୍ୟ

ବାର ବର୍ଷ ଧରି ଗୋଟିଏ ଜିଲ୍ଲାରେ ଘୋଟାଲା ଅଫିସର,ତଥାବି ରାଜଧାନୀ ଭତ୍ତା ଅଫିସର ଆଖି ଫୁଟିଯାଇଛି

ବଡ଼ବିଲ : ଅଦ୍ଭୁତ ଖଣି ଅଞ୍ଚଳର ଘୋଟାଲା ଅଫିସରଙ୍କ ବହୁ କାରନାମା ଭିତରୁ ବାର ବର୍ଷ ଧରି ଏ ଖଣି ଜିଲ୍ଲାରେ ନିଯୋଗ ରହି ତଥାବି ଲୋଭ ସରୁନି ଯେ ଲଜ୍ୟହୀନଙ୍କୁ ଖରାପ ଟିକିଏ ମଧ୍ୟ ଲାଗୁନି । ରାଜଧାନୀର ଭତ୍ତା ଅଫିସରଙ୍କ ମିଳିତ ସହଯୋଗରେ ଉଭୟ ଚଳାଇଛନ୍ତି ଘୋଟଲା ରାଜ, ବିଭାଗରେ ପୁଣି କାହାକୁ ରଖିବେ କାହାକୁ ନାହିଁ ଏହାକୁବି ଉକ୍ତ ଘୋଟାଲା ଟିମ ସ୍ଥିର କରିବେ। ଏପରିକି ବିଭାଗୀୟ ଉଚ୍ଚ କ୍ଷମତାସୀନ ଅଧିକାରୀଙ୍କୁ କଣ୍ଢେଇ ପୁତୁଲା ସଦୃଶ ସଜେଇ ଯାହା ଇଛା ଭୁଆଁ ବୁଲାଇ ଚାଲିଛନ୍ତି ପ୍ରାୟ ଦିନ ରାଜଧାନୀର ଏହି ଚଇନି ଚିକଣ ଭତ୍ତା ଅଫିସର ଜଣକ। ଲୋକେ ସବୁ ଜାଣିଗଲେନି ପୁଣି ଛି ଛି ପରେ ମଧ୍ୟ କିପରି କିଛି ଜାଣି ପାରୁନାହାନ୍ତି ରାଜଧାନୀର ଉଚ୍ଚ କ୍ଷମତାସୀନ ପଦ ଅଧିକାରୀ ଶ୍ରୀମାନ ଜଣକ ? ତଥାବି ବେହିଆଙ୍କ ପରି ମାଡ଼ି ଯାକି ହୋଇ ବିଭାଗ ଛାଡ଼ିବାକୁ ନାରାଜ ଘୋଟଲା ଅଫିସର ତଥା ଟିମ । ତେବେ ସୂଚନା ଯୋଗ୍ୟ ଏହି ସ୍ଥାନୀୟ ଅଫିସର ଜଣକ ଦୀର୍ଘ ବାର ବର୍ଷ ଧରି ଜିଲ୍ଲାର ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନରେ ରହିବାକୁ ବିକଳ ବେଳେ ଜିଲ୍ଲା ଛାଡିକି ନଯିବାର କାରଣ ଅନେକ ଦିଗ ପ୍ରତି ସ୍ପଷ୍ଟ କରେ ଯେ ଉଭୟ ମିଶି କେଉଁ ଆକାରରେ ଘୋଟାଲା କରି ବିଭାଗକୁ ଖୋଳ କରି ଚାଲିଥିବେ ? ପୁଣି ଏକ ଦିଗ ପ୍ରତି ଅନେକ ସ୍ପଷ୍ଟ କରେ ଯେ ରାଜଧାନୀ ଭତ୍ତା ବାବୁଙ୍କ ଘୋଟାଲା ଅଫିସରଙ୍କୁ ଆଶ୍ରୟ ଦେଲେ ସିନା ବଡ଼ ଅଂଶ ଉକ୍ତ ଭତ୍ତା ଅଫିସର ପାଇବା ସାରା ଚାକିରୀ ସମୟ ପାଇ ଚାଲିଥିବେ ବୋଲି ସାର୍ବଜନୀନ ହୁଏ । ଆଉ ବିଭାଗର ଯେଉଁ ବଦଳି ହେଲା ସେ ଏକ ଅଭିନବ ଉପାୟ ଦ୍ଵାରା କିପରି ବିଭାଗୀୟ କିଛି ବୁଝି ପାରୁ ନଥିବା ଅଧିକାରୀଙ୍କୁ କିପରି ଭୁଆଁ ବୁଲେଇ ନିଜ ଅକ୍ତିଆରରେ ରଖିବା ସହଜ ହେବ । ସତରେ ବିଭାଗର ଭାଗ୍ୟଟା ଭାରି ଖରାପ ଘୋଟାଲ ଟିମକୁ ତଥା ପେଚା ପରି ଚାତକ ପରି ଜଗି ବସିଥିବା ଅଫିସରକୁ ପାଇ ତା ଠାରୁ ସାଧାରଣ ଲୋକଙ୍କ ବେସୀ ଦୁଃଖ ବିଭାଗର ପ୍ରମୁଖ ମୁଖ୍ୟ ଉଚ୍ଚ ଅଧିକାରୀଙ୍କୁ ପାଖରେ ପାଇ । ତେବେ ଦେଖା ଯାଉ ବିଭାଗୀୟ ଉକ୍ତ ସର୍ବୋଚ୍ଚ ଅଧିକାରୀ ଆଖି କେବେ ଖୋଲିବ ଆଉ ଉକ୍ତ ସବୁ ଘଟଣା ଉପରେ କାର୍ଯ୍ୟ ଗ୍ରହଣ କେବେ କରିବେ ।

Leave a Reply

Your email address will not be published. Required fields are marked *