ରାଜନୀତି

କେନ୍ଦ୍ରୀୟ ଏଜେନ୍ସିଙ୍କ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆମେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସେ କହିଛନ୍ତି ।ବିଜେପି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧରେ କଂଗ୍ରେସ ଓ ସିପିଆଇ(ଏମ୍)କୁ ବ୍ୟବହାର କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରି ମମତା ବାନାର୍ଜୀ କହିଛନ୍ତି, ଦେଶରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ପାଇଁ ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ଧର୍ମ ଆଧାରରେ ଘୃଣାକୁ ସେ ବିରୋଧ କରନ୍ତି ବୋଲି ମମତା କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୋଦୀ ଜୀ ମାତ୍ର ୬ ମାସ ରହିବେ। ଏହା ସହିତ ନିଜ ରାଜ୍ୟରେ ଏନଆରସିକୁ ଅନୁମତି ଦେବେ ନାହିଁ ବୋଲି ସେ କହିଛନ୍ତି ।

ନିଯୁକ୍ତି ଅନିୟମିତତା ମାମଲାରେ ତାଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନ ମିଳିବା ପରେ ମୁଖ୍ୟମନ୍ତ୍ରୀ ଏହି ବୟାନ ଦେଇଛନ୍ତି। ଏହି ମାମଲାରେ କୋଲକାତା ହାଇକୋର୍ଟ ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ଓ ଇଡିର ପଚରାଉଚରାରୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *