ରାଜ୍ୟ

ଆଉ ଜଣେ ପୁରୁଣା ଶ୍ରମିକର ତୁମୁଳ କାଣ୍ଡର ଖୁଲାସା

ବଡ଼ବିଲ / ଯାଜପୁର ରୋଡ : ସମସ୍ଥ ଘୋଟାଲାର ମୂଳ ସୂତ୍ରଧାର ଆରମ୍ଭ ହୁଏ ଖୁବ୍ ନିକଟରେ ଥିବା ଏକ ଜିଲ୍ଲାର ବିଭାଗରୁ । ଯାହାର
ସମସ୍ତ ଖୁଲସା କରନ୍ତି ବିଭାଗର ଜଣେ ଯୁବ କର୍ମଚାରୀ ଜଣକ ନିଜର ପରିଚୟକୁ ଗୁପ୍ତରେ ରଖି । ଗତ କିଛି ବର୍ଷ ତଳର କଥା ଯେତେବେଳେ ଉପର ପାହ୍ୟା ମିଳିନଥିବା ସମୟରେ ଘୋଟାଲା ଟିମ ଏକତ୍ରିତ ହୋଇ ସଭିଏ ନିଯୋଗ ଥିଲେ ଗୋଟିଏ ବିଭାଗରେ ସେତେବେଳର ଘଟଣାର ଗୁମର ଫିଟିବା ଆରମ୍ଭ ହୁଏ ଏକ ବିଶେଷ ଅନୁସନ୍ଧାନରୁ । ଏବେର ପ୍ରକୁତ ମୁଖା ସେତେବେଳେ କିନ୍ତୁ ଅନେକ ଭିନ୍ନ ଥିଲା କେହି କେହି ନୂଆ ନୂଆ କରି ପାଦ ଥାପି ଜୀବନରେ ଅନେକ ଘଟଣାର ଛାପ ଆଜିବି ଛାଇ ପରି ପଛ ଛାଡିବାକୁ ନାରାଜ । ତଥାପି ବଡେଇ କହିଲେ ନସରେ ଅନେକଙ୍କର,କିନ୍ତୁ ଘୋଟାଲା ବାବଦରେ ଘନିଷ୍ଠତା ସଭିଙ୍କ ମଧ୍ୟରେ ଖୁବ୍ ନିବିଡ। ଯେପରି କେହି କାହାକୁ ଭୁଲି ଛାଡିବାକୁ ଅରାଜି । ଆଜି ଉପର ପାହ୍ୟା ପାଇ ଭତ୍ତା ବାବୁ ଜଣକ କିଛି ନଜାଣିଲା ପରି ପଛ କଥାକୁ ଭୁଲି ରାଜଧାନୀର ବଡ଼ ବାବୁ ବନି ସାରିଥିବା ବେଳେ ସ୍ଥାନୀୟ ବିଭାଗରେ ଉଚ୍ଚ ପଦବୀରେ ବିରାଜମାନ ରହି ବେସ ଭଲରେ ଚଳାଇ ଥିଲେ ସମସ୍ତ ଘୋଟାଲାକୁ ହେଲେ କାହାର ନଜର ଲାଗିଲା ? ଯେ ଗୋଟି ଗୋଟି ସବୁ ଘଟଣା ଏବେ ଖୋଲୁଛି ଯେ ସରିବାର ନାମ ଧାରୁନି। ତେବେ ଯାହା ସୂଚନା ମିଳେ କି ସେଠାକର ବିଭାଗର ପୁଣି ଏକ ଶ୍ରମିକର ଗାଥା । ତେବେ ସେହି ଶ୍ରମିକ ଜଣକର ଖ୍ୟାତିର କାରନାମା କୌଣସି ଗୁଣରେ କମ୍ ନଥିଲା ବେଳେ ପରିଚୟ ବେସ ଜଣାଶୁଣା ହୋଇ ରହିଛି ଆଜିବି । ସେଠାକାର ବିଭାଗରେ ଯେବେ ଥିଲେ ଶ୍ରମିକ ଜଣକ ସହ ଘନିଷ୍ଠତା ଖୁବ୍ ନିବିଡ ଭରି ରହିଥିଲା ଆଜି ସ୍ଥାନୀୟ ବିଭାଗରେ ଯେ ସର୍ବେସର୍ବା ବନି ବସିଛନ୍ତି ।ଏମିତିକି ଶ୍ରମିକ ଜଣକୁ ନିଜ ଆଙ୍ଗୁଳି ଇସାରାରେ ଉଠ ବସ କରିବା ସହ ବ୍ୟବହାର କରି ନିଜ କାର୍ଯ୍ୟ ସାଧନ ନିମନ୍ତେ ପ୍ରୋଣଦିତ କରି ଆସୁଥିଲେ । ଯେବେ ସେଠାରେ ଥିଲେ ଦୁଇ ଜଣ ,ସମାନ ବର୍ଗର ହୋଇ ମଧ୍ୟ ନିଜ ନିଜ ଭିତରେ ଏକ ବିଷୟକୁ ଆଧାର କରି ଉତ୍କ୍ଷିପ୍ତ ହୋଇ ଆଜି ଏଠାରେ ନିଯୋଗ ଜଣକ ସେ ସମୟରେ ଶ୍ରମିକ ଜଣକୁ ଉସକାଇ ପ୍ରେରିତ ଦ୍ଵାରା ଶ୍ରମିକ ଜଣକ ଆଗେଇ ଆସି ଅନ୍ୟ ଜଣକୁ ନିଜର ବାକ ସଂଯମତାର ନିୟନ୍ତ୍ରଣ ହରାଇ ଝାମେଲା ଯୋଗୁ ବାଧ୍ୟରେ ଶ୍ରମିକ ଜଣକୁ ସବୁ ଦିନ ପାଇଁ ବିଭାଗରୁ ବିଦାୟ ମାହାଙ୍ଗା ପଡ଼ିଥିଲା । ଶ୍ରମିକ ପାର୍ଟ – ୨, ଆର ଥରକୁ….

Leave a Reply

Your email address will not be published. Required fields are marked *