ରାଜ୍ୟ

ବିଶିଷ୍ଟ ବ୍ୟକ୍ତି ସହ କେହି ଗପ ହେଲେ ,ଫଟୋ ଉଠେଇ ଦେବେ ଘୋଟାଲା ଟିମ

ବଡ଼ବିଲ : ଯୋଜନା ପରେ ପୁଣି ଏକ ନୂଆ ଯୋଜନା ଖତମ୍ ହେବାରେ ନାମ ଧରୁନି ସ୍ଥାନୀୟ ଘୋଟାଲା ବିଭାଗର। ଘଟଣା କିଛି ଏପରି ଯେ ନିଜର କାରନାମାକୁ ଘୋଡାଇବାକୁ ଯାଇ ବହୁ ପ୍ରୟାସ କରି ନୂଆ ନୂଆ ଯୋଜନା ଫେଲ ମାରିବା ଯୋଗୁ ହତାଶ ହୁଅନ୍ତି ଘୋଟାଲା ଟିମ ସହ ରାଜଧାନୀ ଭତ୍ତା ବାବୁ ତେଣୁ ଯାହାକୁ ପାଇଲେ ତାହାକୁ ସନ୍ଧେହ କରିବାରେ ଲାଗି ପଡିଛନ୍ତି ଉକ୍ତ ଟିମ । ତଥାବି ସୁଧୁରିବା ପରିବର୍ତ୍ତେ ସଡଯନ୍ତ୍ର କରିବାରେ ବେସ ଧୁରନ୍ଦର୍ ତେଣୁ କାହାକୁ କହିଲେ କଣ ହେବ ଯାହାର ପକୃତି ଯାହା । ସୂଚନା ଯୋଗ୍ୟ ଏବେ ପୁଣି ନୂଆ ଏକ କଥା ଶୁଣିବାକୁ ମିଳେ ଯେ ଘୋଟାଲା ଟିମ ବ୍ୟତୀତ ଯଦି କେହି ବିଭାଗୀୟ ଯେ କେହି ସ୍ଥାନୀୟ ଅଞ୍ଚଳର ବିଶିଷ୍ଠ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ହେଉକି ଗପ ସପ ଯଦିବି କରନ୍ତି ଘୋଟାଲା ଟିମ ଫଟୋ ଉଠାଇବା ଥୟ। ତେଣୁ ତୁମର ସାମାଜିକ କ୍ଷେତ୍ରରେ କାହାର ସହ ବସା ଉଠା କି ଗପ ସପ ହେବାର ଯେପରି ଅଧିକାର ନାହିଁ ବୋଲି ଘୋଟାଲା ଅଫିସର ବୋଧ ହୁଏ ଅନୁମାନ କରି ନେଇଛନ୍ତି । ତେଣୁ କର୍ମଚାରୀ ଗହଣରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ଖେଳିବା ସୋଭାବିକ କିନ୍ତୁ ଘୋଟାଲା ଟିମ ଜାଣି ରଖିବା ଆବଶ୍ୟକ କର୍ମଚାରୀ ନିଜର କର୍ମନିଷ୍ଠା ସାରିବା ପରେ ସାମାଜିକ କ୍ଷେତ୍ରରେ ରହିବେ କି ନାହିଁ ଉକ୍ତ ବିଷୟ ତାଙ୍କରି ନିଜସ୍ଵ ବ୍ୟାପାର । ନିଜର ଘୋଟାଲା କାରବାର ଅଭିବୃଦ୍ଧିରେ କାହାକୁ ବାଧକ ବୁଝି କାହାରି ବ୍ୟକିଗତ ଜୀବନଶୈଳୀ ଉପରେ ହସ୍ତକ୍ଷେପ କରିବା କେତେ ଦୂର ଠିକ୍ ତାହାର ବିଚାର କରିବେ ଜନତାଜନଦ୍ଦନ ।

Leave a Reply

Your email address will not be published. Required fields are marked *