ରାଜ୍ୟ

ଚନ୍ଦ୍ରଯାନ ୩ ର ସୁରକ୍ଷିତ ଅବତରଣ ପାଇଁ ହୋମଯଜ୍ଞ

ନିମାପଡ଼ା: ଚନ୍ଦ୍ରଯାନ ୩ ର ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ ପାଇଁ ସାରାବିଶ୍ୱ ଏହା ଉପରେ ନଜର ରଖିଥିବା ବେଳେ ସାରା ଭାରତରେ ଅନେକ ଦେଶବାସୀ ଦେବଦେବୀ ମନ୍ଦିରରେ ପୂଜାର୍ଚନା କରୁଛନ୍ତି। ବୁଧବାର ଭାରତୀୟ ସମୟ ସନ୍ଧ୍ୟା ୬ ଘଟିକା ୦୪ ମିନିଟରେ ଚନ୍ଦ୍ରାୟାନ ଅବତରଣ କରିବ। ଏହି ଅବସରରେ ନିମାପଡା ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ର ମହିଳା ମାନେ କୋଣାର୍କ ନବଗ୍ରହ ପୀଠରେ ଚନ୍ଦ୍ରଯାନ ୩ ର ସୁରକ୍ଷିତ ଚନ୍ଦ୍ରପୃଷ୍ଟ ଅବତରଣ ପାଇଁ ପୂଜାର୍ଚନା ଓ ହୋମଯଜ୍ଞ କରିଛନ୍ତି। ଆମର ବୈଜ୍ଞାନିକଙ୍କ ଉପରେ ଦୃଢବିଶ୍ୱାସ ରହିଛି ଏବଂ ଚନ୍ଦ୍ର ହେଉଛନ୍ତି ଏକ ଉପଗ୍ରହ ସେଥିପାଇଁ ଆମେ ସୌର କ୍ଷେତ୍ର କୋଣାର୍କ ନବଗ୍ରହଙ୍କ ପାଖରେ ନବଗ୍ରହଙ୍କୁ ପୂଜା କରି ହୋମଯଜ୍ଞ କରିବା ସହିତ ଚନ୍ଦ୍ରଯାନ ୩ ନିଶ୍ଚୟ ସୁରକ୍ଷିତ ଭାବରେ ଅବତରଣ କରିବା ନେଇ ପ୍ରାର୍ଥନା କରୁଛୁ ବୋଲି ସଂଗଠନ କର୍ମକର୍ତା ମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ସଭାନେତ୍ରୀ ଜ୍ୟୋସ୍ନାମୟୀ ସ୍ବାଇଁ, ସମ୍ପାଦିକା ଜୟଶ୍ରୀ ପାତ୍ର, କୋଷାଧ୍ୟକ୍ଷା ମଧୁସ୍ମିତା ମହାନ୍ତି, ସଭ୍ୟ ସୁକାନ୍ତି, ପାର୍ବତୀ ମହାପାତ୍ର, ବୈଜୟନ୍ତିମାଳା ସ୍ବାଇଁ, ଲକ୍ଷ୍ମୀପ୍ରିୟା ବେହେରା, ସସ୍ମିତା ବଳବନ୍ତରାୟ ଓ ଉପଦେଷ୍ଟା ପର୍ଶୁରାମ ସ୍ବାଇଁ, ନୃସିଂହ ମାନସିଂହ, ଦୁର୍ଯୋଧନ ସ୍ବାଇଁ, ସାମ୍ବାଦିକ ମିଲନ ମହାନ୍ତି ଓ ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *