ଅପରାଧ

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା

ବୌଦ୍ଧ: ବୌଦ୍ଧ ଥାନା ସଂପୋଜ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀ- ସ୍ତ୍ରୀଙ୍କ ଝଗଡ଼ା ହତ୍ୟାରେ ଶେଷ ହୋଇଛି। ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ନିର୍ମମ ଭାବରେ ହତ୍ୟା କରିଛି। ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭୋଳାନାଥ ସ୍ୱାଇଁ ଓ ସ୍ତ୍ରୀ କସ୍ତୁରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସ୍ତ୍ରୀଙ୍କ କଥାରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଟାଙ୍ଗିଆ‌ ଆଣି ହାଣିଥିଲେ।ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ ସୁଦ୍ଧା ଭୋଳାନାଥଙ୍କ ଉଗ୍ରରୂପ ଦେଖି ପାଖକୁ ଯିବାକୁ ସାହସ କରିନଥିଲେ। ପରେ ଟାଙ୍ଗିଆ ବୁଲାଇ ଗାଁରେ ଆତଙ୍କ ଖେଳାଇଥିଲେ ଭୋଳାନାଥ। ହତ୍ୟା କରିବା ପରେ ନିଜେ ଭୋଳାନାଥ ବୌଦ୍ଧ ପୁଲିସକୁ ଫୋନ କରି ଜଣାଇଥିଲେ। ପୁଲିସ ଯାଇ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *