ରାଜ୍ୟ

୫-ଟି ସଚିବଙ୍କ ଖୋର୍ଦ୍ଧା ଗସ୍ତର ଦ୍ୱିତୀୟ ଦିନ

ଖୋର୍ଦ୍ଧା, : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଜିଲା ଗସ୍ତ କରୁଛନ୍ତି। ଏହି କ୍ରମରେ ବୁଧବାର ଖୋର୍ଦ୍ଧା ଜିଲାରେ ଥିଲା ୫-ଟି ସଚିବଙ୍କ ଦ୍ବିତୀୟ ଦିନ। ବିଭିନ୍ନ ଉନ୍ନୟନମୂଳକ ଯୋଜନା, ବିକାଶ କାମର ସମୀକ୍ଷା କରିଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ସଚିବ। ୨ୟ ଦିନରେ ଖୋର୍ଦ୍ଧା ଜିଲା ଜଟଣୀ ଖୁଦୁପୁରର ଖେଳପଡ଼ିଆରେ ସାଧାରଣ ସଭାରେ  ୫-ଟି ସଚିବ ଯୋଗ ଦେଇଥିଲେ। ମହିଳାମାନେ ହୁଳହୁଳି, ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ହାତରେ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ସଚିବ ପଡ଼ିଆରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍‌ଫି ନେଇଥିଲେ। ଛୋଟ ପିଲାଙ୍କୁ ଦେଖି ଅଟକି ଯାଇ ଚକୋଲେଟ ଦେଇଥିଲେ। ଉପସ୍ଥିତ ଜନତାଙ୍କ ବହୁତ ସମୟ ଧରି ଅପେକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ତାଙ୍କର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛନ୍ତି ବୋଲି କହିଥିଲେ ୫-ଟି ସଚିବ। ଲୋକଙ୍କଠାରୁ ବହୁତ ଦରଖାସ୍ତ ପାଇଛି। ଚାଷୀମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ। ଜାଗା ମିଶନରେ ଜିଲାପାଳଙ୍କୁ ଅନୁରୋଧ କରିବି ଜଗନ୍ନାଥ ଜମି ସମସ୍ୟା ଉପରେ ପଦକ୍ଷେପ ନେବେ। ସପ୍ତାହ ମଧ୍ୟରେ ଆପଣ ଖୁସି ଖବର ପାଇବେ। ଜମି ପଟ୍ଟା ପାଇବେ। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୭ଦିନ ଅର୍ଥାତ୍‌ ୩୧ ତାରିଖ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କଠାରୁ ଖୁସି ଖବର ପାଇବେ। ଭଲ କାମ କରନ୍ତୁ। ଠିକ୍‌ ଭାବେ ଟଙ୍କା ଖର୍ଚ୍ଚ କରନ୍ତୁ। ଆହୁରି କିସ୍ତି ପାଇବେ। ୭ ଲକ୍ଷ ଟଙ୍କା ମିଳିଲେ, ୧୦ ଲକ୍ଷର ମନ୍ଦିର କାମ କରନ୍ତୁ। ମୁଖ୍ୟମନ୍ତ୍ରୀ ଖୁସି ହେବେ। ମୁଖ୍ୟମନ୍ତ୍ରୀ ସ୍ବଚ୍ଛତା ଉପରେ ବିଶ୍ୱାସ କରନ୍ତି। ପିଇବା ପାଣି ସମସ୍ୟା ପାଇଁ ଜିଲାପାଳ ସେମାନଙ୍କ ଫୋନ୍‌ ନମ୍ବର ନେବେ। ଆସନ୍ତାକାଲି ସକାଳେ ସୁଦ୍ଧା ଯନ୍ତ୍ରୀ ସେମାନଙ୍କ ଘରକୁ ଯିବେ। ବାକି ସବୁ ଦରଖାସ୍ତ ଦେଖାଯିବ। ମାସେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆପଣଙ୍କ ପାଖକୁ ଫୋନ୍‌ ଆସିବ, ଚିଠି ପାଇବେ। ସମାଧାନ ନ ହୋଇଥିଲେ ବି ଚିଠିରେ କାରଣ ଜଣାଯିବ ବୋଲି ୫-ଟି ସଚିବ କହିଥିଲେ। ସମାବେଶ ସାରି ସେ ଭୁବନେଶ୍ବର ଫେରି ଯାଇଥିଲେ। ଅପରାହ୍ନରେ ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ବକ୍ରେଶର ହାଇସ୍କୁଲ ଖେଳପଡ଼ିଆଠାରେ ଆୟୋଜିତ ଜନ ଶିବିରରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *