ଦେଶ- ବିଦେଶ

ଦିଲ୍ଲୀରେ ଟଳିଲା ବଡ଼ ଦୁର୍ଘଟଣା : ମୁହାଁମୁହିଁ ଧକ୍କା ହେବାରୁ ବର୍ତ୍ତିଲେ ଦୁଇ ଭିସ୍ତାରା ବିମାନ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଭିସ୍ତାରା ଏୟାରଲାଇନ୍ସର ଗୋଟିଏ ବିମାନକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ଏକ ବିମାନ ଅବତରଣ ପ୍ରକ୍ରିୟାରେ ଥିଲା। ହେଲେ କଣ୍ଟ୍ରୋଲ ରୁମ୍ ଠିକ୍ ସମୟରେ ପଦକ୍ଷେପ ନେବାରୁ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା।ମିଳିଥିବା ସୂଚନା ଅନୁସାରେ, ଭିସ୍ତାରାର ଏକ ବିମାନ ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଉଡ଼ାଣ ଆରମ୍ଭ କରୁଥିବା ବେଳେ ସେହି ଭିସ୍ତାରାରେ ଆଉ ଏକ ବିମାନ ଅହମଦାବାଦରୁ ଦିଲ୍ଲୀ ଆସୁଥିଲେ ଓ ସେହି ରନଓ୍ବେରେ ଓହ୍ଲାଇବାକୁ ଯାଉଥିଲା । କିନ୍ତୁ ଗ୍ରାଉଣ୍ଡ କଣ୍ଟ୍ରୋଲ ରୁମର କର୍ମଚାରୀମାନେ ଠିକ୍ ସମୟରେ ଉଭୟ ବିମାନକୁ ସତର୍କ କରାଇବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇଦିଆଯାଇପାରିଥିଲା ।ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ତରଫରୁ ଠିକ୍ ସମୟରେ ଉଡ଼ାଣ ଭରିବାକୁ ଥିବା ବିମାନକୁ ଅଟକାଇ ଦିଆଯାଇଥିଲା, ଯାହା ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲା। ଉଭୟଙ୍କୁ ସଙ୍ଗେ ସଙ୍ଗେ ଅନୁମତି ଦିଆଯାଇଥିଲା କିନ୍ତୁ ଏଟିସି ତୁରନ୍ତ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଡ୍ୟୁଟିରେ ଥିବା ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ) ଅଧିକାରୀ ଭିସ୍ତାରା ବିମାନକୁ ବାତିଲ କରିବାକୁ କହିଥିଲେ। ନିର୍ଦ୍ଦେଶକୁ ଦିଲ୍ଲୀ-ବାଗଡୋଗ୍ରା ଫ୍ଲାଇଟ୍ ତୁରନ୍ତ ପାଳନ କରିବା ସହ ପାର୍କିକୁ ଫେରିଆସିଥିଲା । ଫଳରେ ଅହମଦାବାଦ-ଦିଲ୍ଲୀ ବିମାନ ନିରାପଦରେ ଓହ୍ଲାଇଥିଲା ।

Leave a Reply

Your email address will not be published. Required fields are marked *