Uncategorized

ସନ୍ନି ଦେଓଲଙ୍କ ଆଖିରେ ଲୁହ

ଗଦର-୨’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ଭାରତ ସମେତ ବିଦେଶରେ ବି ଜବରଦସ୍ତ ଆୟ କରୁଛି। ‘ଗଦର ୨’ ରିଲିଜର ୧୨ ଦିନ ମଧ୍ୟରେ ୪୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି।ସନ୍ନି ଦେଓଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ବହୁତ ଭାବପ୍ରବଣ ଦେଖାଯାଉଛନ୍ତି। ତାଙ୍କ ଆଖିରେ ଲୁହ ଦେଖାଯାଇଛି। ଭିଡିଓ ମାଧ୍ୟମରେ ସନ୍ନି ଦେଓଲ ଦର୍ଶକଙ୍କୁ ଧନ୍ୟବାଦ ଜଣାଇ କହିଥିଲେ-ସମସ୍ତଙ୍କୁ ନମସ୍କାର, ସର୍ବପ୍ରଥମେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ‘ଗଦର-୨’କୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି। ମୁଁ କେବେ ଭାବି ନ ଥିଲି। ଆମେ ୪୦୦ କୋଟି ଅତିକ୍ରମ କରିଛୁ। ସେଥିପାଇଁ ଧନ୍ୟବାଦ।ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ୨୦୦୧ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ର ସିକ୍ୱେଲ ହେଉଛି ‘ଗଦର-୨’ । ସେଥିରେ ବି ସନ୍ନି ଦେଓଲ ଓ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Leave a Reply

Your email address will not be published. Required fields are marked *