ରାଜ୍ୟ

ଶାସ୍ତ୍ରୀନଗର ରାସ୍ତା କାମ ଆରମ୍ଭରୁ ଦବୁଛି,ଦାୟୀ କିଏ ?

ବାନେଇକଳା : ଯୋଡ଼ା ପୌରପାଳିକା ଅଧିନସ୍ଥ ଶାସ୍ତ୍ରୀନଗର ରାସ୍ତାରେ ନୂତନ କରି ଫେବରବ୍ଲକ କାର୍ଯ୍ୟ ଆରମ୍ଭ ଚାଲୁ ରହିଥିବା ବେଳେ ହିଁ କାମ ନସରୁନୁ ପ୍ରଥମରୁ ଫେବରବ୍ଲକ ଦାବିବା ଆରମ୍ଭ ହୋଇଥିବାର ଦେଖିବାକୁ ମିଳେ । ତେବେ ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ପୌରବାସୀଙ୍କ ନିମନ୍ତେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ନିମନ୍ତେ ରାସ୍ତା ଖୋଳା ଯାଇ ନୂତନ ପାଇପ ପୋତା ସାରିଥିବା ବେଳେ ଉକ୍ତ ଖୋଳା ସ୍ଥାନକୁ ଯେଣେ ତେଣେ କରି ଖୋଳା ମାଟିକୁ ପୋତି କାର୍ଯ୍ୟ ପାଇଥିବା ଏକ ବାହାର ଠିକା ସଂସ୍ଥା ସାରି ଦେଇଛି । ପରବର୍ତ୍ତୀ କାର୍ଯ୍ୟ ରାସ୍ତା ମରାମତି କିମ୍ବା ନୂତନ କାର୍ଯ୍ୟ ନିମନ୍ତେ ଯୋଡ଼ା ପୌରପାଳିକା ପକ୍ଷରୁ ଶ୍ରୀ ରବି ନାରାୟଣ ସାହୁ ନୂତନ କାର୍ଯ୍ୟଦେଶ ପାଇ ଶାସ୍ତ୍ରୀନଗରର ରାସ୍ତା କାର୍ଯ୍ୟ ଆରମ୍ଭ କରି ସଠିକ୍ ରୂପେ ନିର୍ମାଣ ଚାଲୁ ରହିଥିଲେ ମଧ୍ୟ ଫେବରବ୍ଲକ୍ ଦାବିବା ଆରମ୍ଭ ହୁଏ । ଫଳରେ ବୁଧବାର ଦିନ ସାହି ବାସିନ୍ଦା ଗୋପାଳ ଚନ୍ଦ୍ର ସାହୁ,ସଂଗ୍ରାମ ବାବୁ , ବାବୁଆ ବାନା ଏବଂ ସାହିର ଅନ୍ୟମାନେ ନିର୍ମାଣ ସ୍ଥାନରେ ଉପସ୍ଥିତ ରହି ଉଭୟ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗ ବିଭିନ୍ନ କର୍ଯ୍ୟପ୍ରଣାଳୀ ତ୍ରୁଟି ଜନିତ ଉପରେ ଆଲୋକ ପାତ କରିଥିଲେ ମଧ୍ୟ ଏଯାଏ କୌଣସି ପ୍ରକାର ସୁଧାର ଆସିବା ସମ୍ଭବ ହୋଇ ପାରିନଥିବା ଜାଣିବାକୁ ମିଳେ । ତେବେ ସୂଚନା ଯୋଗ୍ୟ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଲାଇନ୍ ଅନୁମୋଦିତ କାର୍ଯ୍ୟ ପାଇଥିବା ଠିକାଦାର କାର୍ଯ୍ୟକଳାପ ଉପରେ ପ୍ରମୁଖ ତ୍ରୁଟି ରହିଥିବା ବେଳେ ଉକ୍ତ ଖୋଳା ସ୍ଥାନକୁ ପୂର୍ବ ପରି ବାଲି ପଥର ଭର୍ତି ନକରି ଠକାମୀ ରହିଥିବା ସହ ଯେଉଁ ସ୍ଥାନର ଢ଼ଲାଇ ଭାଙ୍ଗି ପାଇପ ପୋତା ଯାଇଥିଲା ସ୍ଥାନକୁ ପୁନଃର୍ବାର ଢ଼ଲାଇ ନହେବା ହେତୁ ଉକ୍ତ ସ୍ଥାନ ମୁଖ୍ୟତଃ ଫେବରର୍ବ୍ଲକ ଦାବିବା ଆରମ୍ଭ ହୋଇ ସାରିଛି । ଉକ୍ତ ପାଇପ ଠିକା ସଂସ୍ଥାର ମୋନମୁଖୀ କାର୍ଯ୍ୟକଳାପ ହେତୁ ଶାସ୍ତ୍ରୀନଗର ବାସିନ୍ଦାଙ୍କ ମଧ୍ୟରେ ଏକ ତୀବ୍ର ଅସନ୍ତୋଷର ବାତାବରଣ ଦେଖାଦିଏ ।

Leave a Reply

Your email address will not be published. Required fields are marked *