ରାଜ୍ୟ

ଘୋଟାଲା ଲୁଚାଇବାକୁ ଭତ୍ତା ବାବୁ ରାଜଧାନୀରେ କରନ୍ତି ଗ୍ରହଶାନ୍ତି ପାଠ

ଚମ୍ପୁଆ : ଖବର ପରେ ଖବର ବ୍ୟାପକ ହେବା ସହ ବହୁ ଘୋଟାଲା ସାର୍ବଜନୀନ ହେତୁ ଶେଷରେ ନିଜର ବହୁ ବର୍ଷର ସମସ୍ତ ଘୋଟାଲାକୁ ଲୁଚାଇବାର ସରଳ ଉପାୟ ଖୋଜି ପାଇଲେ ଗଲେ ଶେଷରେ ରାଜଧନୀର ମାସିକିଆ ଭତ୍ତା ଅଫିସର । ତେବେ ରାଜଧାନୀର ଭତ୍ତା ବାବୁଙ୍କ ଘଟଣା ସବୁ ଦିନକୁ ଦିନ ପ୍ରଘଟ ହେବା ଯୋଗୁ କାଳେ ଯଦି ରାଜ୍ୟ ସରକାରଙ୍କ ସୁଦୃଢ଼ ଆଇନ ବ୍ୟବସ୍ଥା ଭୟରେ ଭତ୍ତା ଅଫିସର ଏବେ କୁଆଡେ ଏକ ଗ୍ରହଶାନ୍ତି କରି ଖସିବାକୁ ଆପଣେଇଛନ୍ତି ବୋଲି ଆଲୋଚନା ହୁଏ । ତେବେ ଦେଖିବାକୁ ଗଲେ ବିଭିନ୍ନ ବହୁ ମାମଲାରେ ଛନ୍ଦି ହୋଇଥିବାରୁ ଏବେ ଗୋଟିଏ ବାଟ ଦେଖାଦିଏ କାଳେ ଗ୍ରହାଶାନ୍ତି କରି ମୁକୁଳିବାକୁ ଭତ୍ତା ବାବୁଙ୍କ ଏକ ପ୍ରୟାସ ବୋଲି ବିଭାଗୀୟ ଲୋକେ କୁହନ୍ତି । ଏପରିକି ଗତ ଦୁଇ ମାସରୁ ଉର୍ଦ୍ ଧରି ଘୋଟାଲା କାର୍ଯ୍ୟକଳାପର ଭିତିରିଆ ରୋଜଗାର ମଧ୍ୟ ଏକ ପ୍ରକାର ହ୍ରାସ ହୋଇ ଘଟଣାମାନ ସବୁ ବ୍ୟାପକ ହେବାରୁ ତଳୁ ଉପରଯାଏ ସାଧାରଣ ଲୋକଙ୍କୁ ଠାରୁ ରାଜଧାନୀ ଯାଏ ଯାହା ସବୁ କୁହନ୍ତି କାନରେ ଶୁଣିବା ଭାରି କଷ୍ଟ। ତେଣୁ କରି ନିଜର ଘୋଟାଲା କାରବାର ଭିତିରିଆ ରୋଜଗାରକୁ ମଜବୁତ କରିବା ବ୍ୟତୀତ ଅନ୍ୟ ସମସ୍ତ ଘଟଣାକୁ ଦବାଇବା ନିମନ୍ତେ ଗ୍ରହଶାନ୍ତି ଏକ ସରଳ ଉପାୟ କରିଲେ କାଳେ ନିରାକରଣ ମିଳିବ ବୋଲି ଭାବି ନିଅନ୍ତି ଭତ୍ତା ବାବୁ ଜଣକ । କିନ୍ତୁ ଏଠି ପ୍ରଶ୍ନ ଉଠେ ଏତେ ସବୁ ଘଟଣା ଲୋକଲୋଚନକୁ ଆସି ଖବର ସବୁ ରାଜଧାନୀର ପ୍ରମୁଖ ପଦାଧିକାରୀ ଜାଣିଲା ପରେ ମଧ୍ୟ ବିଭାଗର ପ୍ରମୁଖ ମୁଖ୍ୟ ରାଜଧାନୀ ରେ ବସି କଣ କରନ୍ତି ବୋଲି ଅଞ୍ଚବାସୀଙ୍କ ମଧ୍ୟରେ ଆଲୋଚନା ହୋଇ ଅନେକଙ୍କ ମଧ୍ୟରେ ଅସନ୍ତୋଷର ଦେଖାଦିଏ ।

Leave a Reply

Your email address will not be published. Required fields are marked *