ମନୋରଞ୍ଜନ

ନାଶନାଲ ଫିଲ୍ମ ଆଓ୍ବାର୍ଡ ୨୦୨୩: ଅଲ୍ଲୁ ଅର୍ଜୁନ ବେଷ୍ଟ ଆକ୍ଟର, ଆଲିଆ ଭଟ୍ଟ, କ୍ରିତି ସାନନ ବେଷ୍ଟ ଆକ୍ଟ୍ରେସ

ନୂଆଦିଲ୍ଲୀ, ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୩ର ବିଜେତାଙ୍କ ଘୋଷଣା ପିଆଇବି(ପ୍ରେସ ଇନଫରମୋନ ବ୍ୟୁରୋ) ପକ୍ଷରୁ କରାଯାଇଛି। ରାଜଧାନୀ ଦିଲ୍ଲୀର ନାଶନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆଓ୍ବାର୍ଡ ସେରିମନିର ଆୟୋଜନ କରାଯାଇଛି।ମୁଭି ‘ପୁଷ୍ପା ଦ ରାଇଜ’ ପାଇଁ ସାଉଥ ଷ୍ଟାର ଅଲ୍ଲୁ ଅର୍ଭୁନଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମିଳିଥିବା ବେଳେ ମୁଭି ‘ଗଙ୍ଗୁବାଇ କାଠିୟାଓ୍ବାଡି’ ପାଇଁ ଆଲିଆ ଭଟ୍ଟ ଓ ମୁଭି ‘ମିମି’ ପାଇଁ କ୍ରିତି ସାନନଙ୍କୁ ବେଷ୍ଟ ଆକ୍ଟ୍ରେସ୍‌ ଆଓ୍ବାର୍ଡ ମିଳିଛି।ଅନ୍ୟ ଆଓ୍ବାର୍ଡ ମଧ୍ୟରେ ରହିଛି:ସର୍ବୋତ୍ତମ ନିର୍ଦ୍ଦେଶନା – ନିଖିଲ ମହାଜନ (ମରାଠୀ ଚଳଚ୍ଚିତ୍ର) ଗୋଦାବରୀବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍‌ – ପଲ୍ଲଭି ଯୋଶୀ (କାଶ୍ମୀର ଫାଇଲ)ବେଷ୍ଟ ସପୋର୍ଟିଂ ଆକ୍ଟର – ପଙ୍କଜ ତ୍ରିପାଠୀ (ମିମି)ସର୍ବୋତ୍ତମ ସଂଗୀତ ନିର୍ଦ୍ଦେଶନା – ପୁଷ୍ପା ଏବଂ ଆର ଆର ଆରବେଟେ କଷ୍ଟ୍ୟୁମ ଡିଜାଇନର୍‌ – ସର୍ଦ୍ଦାର ଉଦ୍ଧମ ସିଂବେଷ୍ଟ ପ୍ରଡକଶନ ଡିଜାଇନ – ସର୍ଦ୍ଦାର ଉଦ୍ଧମ ସିଂବେଷ୍ଟ ଏଡିଟିଂ – ଗାଙ୍ଗୁବାଇ କାଠିଆୱାଡିବେଟେ କୋରିଓଗ୍ରାଫି – ଆରଆରଆରଶ୍ରେଷ୍ଠ ସିନେମାଟୋଗ୍ରାଫି – ସର୍ଦ୍ଦାର ଉଦ୍ଧମ ସିଂବେଷ୍ଟ ମେଲ ସିଙ୍ଗର – କାଲ ଭୈରବ (ଆରଆରଆର)ଭିକି କୌଶଲଙ୍କ ଅଭିନୀତ ମୁଭି ସର୍ଦ୍ଦାର ଉଦ୍ଧମ ସିଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ରେ ଏକ ବଡ଼ ସଫଳତା ପାଇଛି। ଏହି ମୁଭିଟି ସର୍ବୋତ୍ତମ ହିନ୍ଦୀ ଫିଚର ଫିଲ୍ମ ଭାବରେ ମନୋନୀତ ହୋଇଛ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସରକାର।

Leave a Reply

Your email address will not be published. Required fields are marked *