ଦେଶ- ବିଦେଶରାଜ୍ୟ

ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ଦେବ ନରୱେ

ଓସ୍ଲୋ,୨୪।୮: ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ଯୋଗାଇବ ନାଟୋ ସଦସ୍ୟ ଦେଶ ନରୱେ। ପ୍ରାୟ ଦେଢ ବର୍ଷ ଧରି ରୁଷିଆ ସହିତ ଯୁଦ୍ଧ କରୁଥିବା ସମୟରେ ନରୱେ ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ଦେବାକୁ ଘୋଷଣା କରିଛି। ୟୁକ୍ରେନ ଏହି ବିମାନକୁ ଯୁଦ୍ଧରେ ବ୍ୟବହାର କରିବ।ନିକଟରେ ନରୱେର ପ୍ରଧାନମନ୍ତ୍ରୀ ଜୋନାସ ଗହର ଷ୍ଟୋରି କିଭ ଗସ୍ତ କରିଥିଲେ, ଯାହା ପରେ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରାଯାଇଛି। ଗୁରୁବାର ନରୱେ ମିଡିଆ ଏହି ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *