ଇସ୍ରୋର ପରବର୍ତ୍ତୀ କାର୍ଯ୍ୟ ସୋଲାର ମିଶନ ‘ଆଦିତ୍ୟ’
ବେଙ୍ଗାଲୁରୁ,: ଚନ୍ଦ୍ରୟାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂକୁ ନେଇ ସାରା ଦେଶରେ ଉତ୍ସାହିତ ହୋଇଥିବା ବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପରବର୍ତ୍ତୀ କାର୍ଯ୍ୟ ସୋଲାର ମିଶନ ‘ଆଦିତ୍ୟ’ ବୋଲି ଏହାର ମୁଖ୍ୟ ଏସ୍. ସୋମନାଥ ଗୁରୁବାର କହିଛନ୍ତି। ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଲଞ୍ଚ ପାଇଁ ଆଦିତ୍ୟ ପ୍ରସ୍ତୁତ ହୋଇଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ଏହାର କ୍ରିଉ ମଡ୍ୟୁଲ ଏବଂ କ୍ରିଉ ଏସ୍କେପ୍ ସାମର୍ଥ୍ୟର ପ୍ରଦର୍ଶନ ଯୋଜନା ରହିଛି। ୨୦୨୫ରେ ମହାକାଶକୁ ମାନବ ପଠାଇବା ପାଇଁ ଇସ୍ରୋର ଗଗନୟାନ ଲଞ୍ଚ ହେବା ପର୍ଯ୍ୟନ୍ତ ଆଦିତ୍ୟ ମିଶନ ଉପରେ ପରୀକ୍ଷା ନିରୀକ୍ଷା ଚାଲିବ।