ମହାନଗର

ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ର ସାମ୍ପ୍ରତିକ ପରିବର୍ତ୍ତନ’

ଭୁବନେଶ୍ୱର : ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ଅଫିସର୍ସ ଆସୋସିଏଶନ୍‌ ଓଡ଼ିଶା ୟୁନିଟ୍‌ର ୪୨ତମ ବାର୍ଷିକ ବୈଠକ ରବିବାର ସ୍ଥାନୀୟ ରେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଫେଡେରେଶନ୍‌ ଅଫ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନ୍‌ର ସାଧାରଣ ସମ୍ପାଦକ କମ୍ରେଡ୍‌ ସୁନୀଲ କୁମାର, ସଭାପତି କମ୍ରେଡ୍‌ ନିଲେଶ ପାୱାର, ଚେୟାରମ୍ୟାନ୍‌ କମ୍ରେଡ୍‌ ସଞ୍ଜୟ ଦାସ, ଉପଦେଷ୍ଟା କମ୍ରେଡ୍‌ ସୁନୀଲ ଲାକ୍ରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ବିଓଆଇ ଏନ୍‌ବିଜି ଓଡିଶାର ପ୍ରଥମ ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ରଙ୍କ ସମେତ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ମଳୟ ଦାସ, ୟୁ.କେ. ରଥ, ଅରବିନ୍ଦ ମିଶ୍ର ଏବଂ ଆର୍‌.ସି.ଦାସ ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନ ଓଡ଼ିଶା ୟୁନିଟ୍‌ର ସଭାପତି କମ୍ରେଡ୍‌ ସ୍ମୃତିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ କମ୍ରେଡ୍‌ କମଲଜିତ୍‌ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ବିଶେଷ କରି ଫେଡେରେଶନ୍‌ର ଲିଡର ଏବଂ କାର୍ଯ୍ୟନିର୍ବାହୀମାନେ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ର ସାମ୍ପ୍ରତିକ ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନୂତନ ଟେକ୍ନୋଲୋଜିର ବ୍ୟବହାର ଉପରେ ମଧ୍ୟ ଅଧିକାରୀ ଓ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ମଧ୍ୟ ବ୍ୟାଙ୍କ ଘରୋଇକରଣର ବିପଦ, ଘରୋଇ ସମ୍ପତ୍ତି ବିକ୍ରୟ ଏବଂ ବ୍ୟାଙ୍କିଙ୍ଗ୍‌ ଇଣ୍ଡଷ୍ଟ୍ରିରେ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ସଦସ୍ୟମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ସମସ୍ତ ଲିଡର ସଦସ୍ୟମାନଙ୍କୁ ବ୍ୟାଙ୍କ ଓ ଏହାର କାର୍ଯ୍ୟକାରିତା ପ୍ରତି ଶୃଙ୍ଖଳିତ ରହିବାକୁ ଆହ୍ବାନ କରିଥିଲେ।

Leave a Reply

Your email address will not be published. Required fields are marked *