ମନୋରଞ୍ଜନ

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତି ଆପତ୍ତିଜନକ ବୟାନ ଦେଇଥିବା ପାକ୍‌ ଅଭିନେତାଙ୍କୁ ଟ୍ରୋଲ୍‌ କରୁଛନ୍ତି ‘ଦେଶୀଗାର୍ଲ’ଙ୍କ ପ୍ରଶଂସକ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଅଭିନେତ୍ରୀରୁ ବଲିଉଡ୍‌ ଆଇକନ୍‌ ବନି ସାରିଛନ୍ତି। ଦେଶରୁ ନେଇ ଦେଶ ବାହାର ପର୍ଯ୍ୟନ୍ତ ତାଙ୍କ ଦକ୍ଷତା ଓ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ହୋଇଥାଏ। ହେଲେ ପାକିସ୍ତାନ ଅଭିନେତା ମୋଆମାର୍‌ ରାଣା ଅଭିନେତାଙ୍କୁ ଏପରି ଲାଗେ ନାହିଁ। ସେ ପ୍ରିୟଙ୍କାଙ୍କ ବିଷୟରେ ଦେଇଥିବା ଟିପ୍ପଣୀ ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ହୋଇଯିବେ ଯେ ‘ଦେଶୀଗାର୍ଲ’ଙ୍କୁ ଆଦୌ ବି ପସନ୍ଦ କରନ୍ତିନି ମୋଆମାର୍‌।ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ୪୯ ବର୍ଷୀୟ ଅଭିନେତା ପାକିସ୍ତାନର ଜଣେ ୟୁଟ୍ୟୁବର୍‌ଙ୍କୁ ସାକ୍ଷାତ୍‌କାର ଦେଉଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେ ପ୍ରିୟଙ୍କାଙ୍କୁ ନେଇ ଏପରି ବୟାନ ଦେଉଛନ୍ତି ଯାହାକୁ ଶୁିଣିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସଙ୍କ ମୁଣ୍ଡ ଗରମ ହୋଇଯାଇଛି।ଭିଡିଓରେ ୟୁଟ୍ୟୁବର୍‌ ଜଣକ ଅଭିନେତାଙ୍କୁ ପଚାରୁଛନ୍ତି କି ‘କେଉଁ ସେଲିବ୍ରିଟି ଆପଣଙ୍କୁ ଖୁବ୍‌ ଭୟାନକ ଲାଗିଛନ୍ତି?’ ସେ ଏହାର ଉତ୍ତରରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ନେଇଛନ୍ତି। ଏହା ସହ ସେ ପ୍ରିୟଙ୍କା ଚୋପ୍ରାଙ୍କୁ ‘କାଲା ନମକ’ ଓ ‘କାମବାଲୀ’ ବୋଲି ବି ‌ସମ୍ବୋଧନ କରିଛନ୍ତି।ଅଭିନେତା କହିଛନ୍ତି କି ଏକ ଇଭେଣ୍ଟ୍‌ରେ ପ୍ରିୟଙ୍କା ତାଙ୍କ ପାଖରେ ବସିଥିଲେ। ହେ‌ଲେ ସେ ଚିହ୍ନି ପାରିଲେ ନାହିଁ। ପ୍ରିୟଙ୍କା ଉଠିକି ଗଲା ପରେ ସେ ଅନ୍ୟ ଜଣଙ୍କ ମୁହଁରୁ ଶୁଣିଲେ ଯେ ସେ ପ୍ରିୟଙ୍କା ଚୋପ୍ରା ବୋଲି। ସେହିଦିନ ହିଁ ପ୍ରିୟଙ୍କାଙ୍କ ପ୍ରତି ତାଙ୍କର ଦୁର୍ବଳତା ଶେ‌ଷ ହୋଇ ଯାଇଥିଲା ବୋଲି ସେ କହିଛନ୍ତି। ଅଭିନେତାଙ୍କର ଏପରି ବିବାଦୀୟ ବୟାନ ପରେ ତାଙ୍କୁ ପ୍ରିୟଙ୍କାଙ୍କ ପ୍ରଶଂସକମାନେ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *