ଦେଶ- ବିଦେଶ

ଚନ୍ଦ୍ରରେ ୮ ମିଟର ଚାଲିଲା ପ୍ରଜ୍ଞାନ ରୋଭର୍, ସମସ୍ତ ପେଲୋଡ୍ ସ୍ବାଭାବିକ ଭାବେ କାମ କରୁଛନ୍ତି : ଇସ୍ରୋ

ବାଙ୍ଗାଲୋର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର କହିଛି ଯେ ଚନ୍ଦ୍ରଯାନ-୩ ମିଶନର ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ ସଫଳତାର ଚାଲିବା ସହ ୮ ମିଟର ଦୂରତା ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି।ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବର ଟୁଇଟର) ରେ ଲେଖିଛି, “ସମସ୍ତ ନିର୍ଦ୍ଧାରିତ ରୋଭର ଗତିବିଧି ନିୟମିତଭାବେ ଯାଞ୍ଚ କରାଯାଇଛି। ରୋଭର ପ୍ରାୟ ୮ ମିଟର ଦୂରତାକୁ ସଫଳତାର ସହ ଅତିକ୍ରମ କରିଛି। ରୋଭର ପେଲୋଡ୍ ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପି (ଏଲ୍ଆଇବିଏସ୍) ଏବଂ ଆଲ୍ଫା କଣିକା ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍) କାର୍ଯ୍ୟକ୍ଷମ ରହିଛି। ରୋଭରରେ ଥିବା ପ୍ରୋପଲସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଏବଂ ସମସ୍ତ ପେଲୋଡ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି।”ପ୍ରଜ୍ଞାନ ରୋଭର ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ରହି ଗବେଷଣା ପାଇଁ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରିବ । ସେହିପରି ବିକ୍ରମ ଲାଣ୍ଡର ମଧ୍ୟ କେତେକ ତଥ୍ୟ ସଂଗ୍ରହ କରିବ ।ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଗତ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଏହା ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ବିଶ୍ବର ପ୍ରଥମ ଦେଶରେ ପରିଣତ ହୋଇଛି ।

Leave a Reply

Your email address will not be published. Required fields are marked *