ରାଜ୍ୟ

ଜ଼ିଲ୍ଲା ସ୍ତରୀୟ 38 ତମ ଚକ୍ଷୁଦାନ ପକ୍ଷ ପାଳିତ


ଜଗତସିଂହପୁର : ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ୱ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଅଛି I ପ୍ରତିବର୍ଷ 25 ଅଗଷ୍ଟ ରୁ 8 ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯାଇଥାଏ I ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏହି ପକ୍ଷ ପାଳନର ବହୁବିଧ ଉଦ୍ଦେଶ୍ୟ ଯଥା ଚକ୍ଷୁର ଯତ୍ନ, ଚକ୍ଷୁଦାନ କରିବା ର ମହତ୍ବ,ସେ ବିଷୟରେ ସଚେତନତା ଓ ଅନ୍ଧତ୍ୱ ଦୂରୀକରଣ ନିମନ୍ତେ ଲୋକମାନଙ୍କ ମନରେ ଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା ପାଇଁ ପରାମର୍ଶ ଦେଇଥିଲେI ସମସ୍ତେ ଏହାର ମୂଲ୍ଯ ବୁଝି ଚକ୍ଷୁଦାନ ନିମନ୍ତେ ଆଗେଇଆସିଲେ ହିଁ ଅନ୍ଧତ୍ୱ ଦୂରୀକରଣ ରେ ସହାୟକ ହୋଇପାରିବ ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ।ମୃତ୍ୟୁପରେ ଚକ୍ଷୁଦାନ କରିବା ନିମନ୍ତେ ନିଜେ ଓ ନିଜ ପରିବାର ଲୋକଙ୍କ ମନରେ ଥିବା ଅନ୍ଧ ବିଶ୍ୱାସ ଦୂରେଇବା ହିଁ ଏହି ଦିବସ ପାଳନର ଅଭିପ୍ରାୟ I ଜ଼ିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଚକ୍ଷୁ ଦାନ ଦ୍ୱାରା କରନିଆ ଯୋଗୁ ହେଉଥିବା ଅନ୍ଧତ୍ୱକୁ ଦୂରେଇଦେଇହବ I ଆମ ରାଜ୍ୟ ଓଡ଼ିଶାରେ 5ଟି ଚକ୍ଷୁ ଦାନ କେନ୍ଦ୍ର ଅଛି , ଯଥା ଏସ .ସି .ବି. ମେଡିକାଲ କଲେଜ, କଟକ, ଭିମସାର ବୁର୍ଲା ,ଏମ .କେ .ସି .ଜି . ମେଡିକାଲ କଲେଜ, ବ୍ରହ୍ମପୁର, ଆର .ଜି. ଏଚ . ରାଉଲକେଲା ଏବଂ ଖୋର୍ଦ୍ଧା I ଯେଉଁଠାରେ ଡୋନର ମାନଙ୍କ ଠାରୁ ଚକ୍ଷୁ ସଂଗ୍ରହ କରି ସୁରକ୍ଷିତ ରଖାଯାଇ କରନିଆ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ I ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ସୂଚନା ଦେଇଥିଲେ ଯେ ଆଗକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ସମ୍ପର୍କିତ ସୂଚନା ଓ ପରାମର୍ଶ କେନ୍ଦ୍ର ହେବାକୁ ଯାଉଛି, ଯାହା ଦ୍ୱାରା ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି ହେବ ଏବଂ ସେମାନେ ଆଗେଇଆସି ମୃତ୍ୟୁପରେ ଚକ୍ଷୁଦାନ କରିବାକୁ ଶପଥ ନେବେ।
ଚକ୍ଷୁ ବିଶେଷଜ୍ଞ ଡାକ୍ତର ଟଁବିନ ଅହମ୍ମଦ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଏହି ସମସ୍ତ ପ୍ରକ୍ରିୟା କୁ ଅତ୍ୟନ୍ତ ସୁନ୍ଦର ଭାବେ ବୁଝାଇଥିଲେ।ଯେଉଁଥିରେ ଆଖି ଏକ ମୂଲ୍ୟବାନ ଅଙ୍ଗ, ମୃତ୍ୟୁ ପରେ ଆଖିର ସ୍ୱଚ୍ଛ ପଟଳ ସଂଗ୍ରହ କରାଯାଇଥାଏ 48 ଘଣ୍ଟା ମଧ୍ୟରେ ଏହାକୁ ଟ୍ରାନ୍ସପ୍ଲାନେଣ୍ଟ କରାଯାଇଥାଏ ଏକ ଅନ୍ଧ ବ୍ୟକ୍ତିକୁ , ଏହିପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା।ଯେ କୌଣସି ବୟସରେ ଯେ କୌଣସି ଜାତି ,ଧର୍ମ, ବର୍ଣ୍ଣ, ଲିଙ୍ଗ, ନିର୍ବିଶେଷରେ ଚକ୍ଷୁ ଦାନ କରାଯାଇପାରିବ ଓ ଜଣେ ଲୋକ ଚକ୍ଷୁ ଦାନ ଦ୍ୱାରା ଦୁଇ ଜଣଙ୍କ ଦୃଷ୍ଟି ଶକ୍ତି ଫେରାଇପାରିଥାଏ ବୋଲି ଶ୍ରୀ ଅହମ୍ମଦ କହିଥିଲେ। ସଭାରେ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ଼ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା I ଉକ୍ତ ସଭାରେ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ I ଜ଼ିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ I ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *