ଅପରାଧ

ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ୫ ଯୁବକ ଗିରଫ


ନିମାପଡ଼ା : ମୁଖ୍ୟରାସ୍ତା ରେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ବଟି ମାଗୁଥିବା ଓ ଆତଙ୍କ ସୃଷ୍ଟି କରୁଥିବା ୫ ଜଣ ଯୁବକଙ୍କୁ ଚାରିଛକ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କର ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ କୁ ପଠାଇ ଦିଆଯାଇଛି ।ସେମାନେ ହେଲେ ଚାରିଛକ ଥାନା ବ୍ରହ୍ମକୁଣ୍ଡି ଗ୍ରାମର ସୂର୍ଯ୍ୟନାରାୟଣ ବେହେରା ,ମନୋରଞ୍ଜନ ବେହେରା , ବାଇଦିପଡା ଗ୍ରାମର ଜ୍ଞାନମିଶ୍ର ,ହାଣ୍ଡିଆପଡା ଗ୍ରାମର ଅନନ୍ତ ଭୋଇ, ଅସ୍ତରଙ୍ଗ ଥାନା ଆଳସାହି ଗ୍ରାମ ର ଦେବାଶିଷ ଜେନା।ପୋଲିସ ସେମାନଙ୍କଠାରୁ ଓଡ଼ିକ୍ୟୁ ୬୦୩୪ ନମ୍ବର ବିଶିଷ୍ଟ କାର ସହିତ ଖଣ୍ଡା , କଟୁରୀ,ଲୁହାରଡ଼ ,୩ ଟି ମୋବାଇଲ ଫୋନ ,୩୭୦ ଟଙ୍କା ଜବତ କରିଛି ।ଖବର ଅନୁଯାୟୀ ଏହି ୫ ଜଣ ଯୁବକ କାରରେ ଆସି ଚାରିଛକ – କାକଟପୁର ମୁଖ୍ୟରାସ୍ତା ର ତୁଳସୀପୁର ଛକ ନିକଟସ୍ଥ ହାଣ୍ଡିଆପଡା ଡ଼ାଲି ମିଲ୍ ନିକଟ ମୁଖ୍ୟ ରାସ୍ତାରେ ଆତଙ୍କ ସୃଷ୍ଟି କରୁଥିଲେ ।ଏଥିସହ ଯାତାୟାତ କରୁଥିବା ଲୋକ ଓ ଯାନବାହାନ କୁ ଅଟକାଇ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ ।ବିଶେଷ ସୂତ୍ରରୁ ଖବରପାଇ ନିମାପଡ଼ା ଏସ ଡି ପି ଓ ଦେବାଶିଷ ମିଶ୍ର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାରିଛକ ଥାନା ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଏସ ଆଇ କୃଷ୍ଣ ଚନ୍ଦ୍ର ପୃଷ୍ଟି , ଏ ଏସ ଆଇ ପ୍ରକାଶ ମହାନ୍ତି ପ୍ରମୁଖ ସଦଳବଳେ ଉକ୍ତ ସ୍ଥାନ ଉପରେ ଚଢାଉ କରି ଉକ୍ତ ୫ ଜଣ ଯୁବକ ଙ୍କୁ ଗିରଫ କରିଥିଲେ ।

Leave a Reply

Your email address will not be published. Required fields are marked *