ରାଜ୍ୟ

ଧନ୍ୟ ତୁମ ଘୋଟାଲା ବୁଦ୍ଧିକୁ,ପୂର୍ବପ୍ରସ୍ତୁତ ଆସୁଛି ଘରକୁ ଚୂର୍ଣ୍ଣ ହୋଇ ପାଉଡର

ବଡ଼ବିଲ : କେତେ ଭିଆଉଛନ୍ତି ଘୋଟାଲା ଟିମ ବିଭାଗରେ ଘଟଣା,ପୁଣି ଯେ ନୂଆ ନୂଆ ରୂପର ଘୋଟାଲା କିପରି ମୁଣ୍ଡକୁ ଜୁଟୁଛି ତଥାବି ନିକଟର ଅନେକ ଦେଖଣାହାରୀ । କଣ ହେଉଛି କଣ ନାହିଁ ,ସବୁ ଜାଣି ଶୁଣି ଚୁପ୍ ଚାପ୍ ବସିଛନ୍ତି ନିକଟର ଅନେକ କାହିଁକି ନା ଭିତରେ ଭିତରେ ଏମାନଙ୍କ ମଧ୍ୟରେ ରହିଛି କି ପ୍ରକାର ଘନିଷ୍ଠତା ? କେଉଁ ସ୍ବାର୍ଥ ନିମନ୍ତେ ନୀରବ ଖୁବ୍ ନିକଟର ସଭିଏ ? ସବୁ ଆଲୋଚନା ତଥା ସୂଚନା ଯାଇ ଦେଲା ପରେବି ଅସଲ ମୁଖା ଖୋଲି ଦେଲା ପରେବି ଚୁପ୍ ଚାପ୍ ବସିଲେଗଲେ କାହିଁକି ? ନିକଟର ସଭିଏ ଜାଣିଲେ, କଥା ଯାଇ ରାଜଧାନୀରେ ପହଞ୍ଚିଲା ,ଅଞ୍ଚଳରେ ଘଟଣାମାନ ବ୍ୟାପକ ହୋଇ ସାର୍ବଜନୀନ ହେଲା । ପୁଣି ହୁଏ ଘୋଟାଲା ନୂଆ ରୂପରେ, ଆରମ୍ଭ ହୁଏ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଇଛା ମୁତାବକ ଚୂର୍ଣ୍ଣ ପାଉଡରକୁ ( ଗୁଣ୍ଡ) ପରିକ୍ଷଣରେ ବ୍ୟବହାର ଉପଯୋଗୀ କରିବାକୁ ଘୋଟାଲା ଅଫିସରଙ୍କ ସ୍ଵତନ୍ତ୍ର ନିକଟକୁ ଆସୁଥିବା କଥା ଗୁଡ଼ିକ ପାଖ ଏକ ଅଫିସର ବଖାଣି ଦିଅନ୍ତି । ତେବେ ଘଟଣା କିଛି ଏପରି ପୂର୍ବର ପ୍ରାୟ ଘୋଟାଲାର ପରୀକ୍ଷଣ ବ୍ୟାପକକୁ ଛପାଇବା ନିମନ୍ତେ ଘୋଟାଲା ପରୀକ୍ଷଣ ପାଇଁ ହୁଏ ନୂଆ ନୂଆ ଯୋଜନା, ସେ ଭିତରୁ ଏବେ ପର୍ବପ୍ରସ୍ତୁତ ଥିବା ଚୂର୍ଣ୍ଣ ଗୁଣ୍ଡର ବେସୀ ସଫଳତା ଚାଲିଛି ଘୋଟାଲା ବିଭାଗରେ । ଯାହା ବିଭାଗର ଅନେକ ତଳସ୍ଥଙ୍କୁ ଅଜ୍ଞ ରଖି ଘୋଟାଲା ଟିମର ପ୍ରମୁଖ ପ୍ରାୟ ପାଞ୍ଚ ସଦସ୍ୟ ସବୁ ହଡ଼ପ କରି ନିଜ ନିଜ ଭାଗରେ ମିଶୁଛି । ଏପରିକି ଯୋଜନା ମୁତାବକ ପରୀକ୍ଷଣରେ ପାର୍ଟିର ପସନ୍ଦ ଅଙ୍କକୁ ଲକ୍ଷ ରଖି ଶତକଡା ୧୦୦ ଭାଗ ସମ୍ପୂର୍ଣ୍ଣ ସଫଳତା କରି ଦେଖାଇ ଦେଇଥିବାରୁ ସଭିଏ ଏହାକୁ ଦେଖି ଭୋକୁଆ । ଆଉ ଏକ ବିଶ୍ଵସ୍ଥ କୁହନ୍ତି ଯେ ଏମିତିକି ଘୋଟାଲା ନିମନ୍ତେ ଅଫିସରଙ୍କ ଘରେ ଥିବା ସମୟ କିମ୍ବା ନିଜ ଅଫିସରେ ଏକାନ୍ତ ବେଳେ ପୂର୍ବରୁ ସଠିକ୍ ମାପର ପୂର୍ବପ୍ରସ୍ତୁତ ଚୂର୍ଣ୍ଣ ପାଉଡର (ଗୁଣ୍ଡ) ଦେଇ ଯାଉଛନ୍ତି ନିକଟର ବହୁ ପାର୍ଟି । ଯଦ୍ୱାରା ପାର୍ଟି ଆବଶ୍ୟକ ପୂର୍ବନିର୍ଦ୍ଧାରଣ ଅନୁସାରେ ମାପର ପରିମାଣ ସମ୍ପୂର୍ଣ୍ଣ ଇଛା ମୁତାବକ ଆସିବା ଥୟ ଯଦ୍ୱାରା ପୂର୍ବଭଳି ଝାମେଲା କମ କିନ୍ତୁ ଭିତିରିଆ ଲେଣ ଦେଣ ଏକ ଥରକେ ଚିଣ୍ଡିବା ହେଉଛି ଆରମ୍ଭରୁ । ଆଉ ରହିଲେ ଘୋଟାଲା ବିଭାଗର ଅନ୍ୟ ସମସ୍ତ ସାଧାରଣ ବର୍ଗର କର୍ମଚାରୀ ଗଣ ଯେଉଁ ମାନେ ଯେତେ ମୋନ ଧ୍ୟାନ ଦେଇ ପରିଶ୍ରମ କରିଲେ ଲାଭ କଣ ? ସମୟ ଆସିବ ଯେବେ ଏହି ସାଧାରଣ କର୍ମଚାରୀ ଏକ ହୋଇ ଉକ୍ତ କାର୍ଯ୍ୟକାଳପ ଉପରେ କଡା ବିରୋଧ କରି ସ୍ୱରାଉତ୍ତଳନ କରିବା ହେବା ଥୟ ।

Leave a Reply

Your email address will not be published. Required fields are marked *